Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭସ୍ମାସୁରଙ୍କ ନିଜ ଘରେ ଭସ୍ମ ପରୀକ୍ଷା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭସ୍ମାସୁରଙ୍କ ନିଜ ଘରେ ଭସ୍ମ ପରୀକ୍ଷା

ଇସ୍ଲାମାବାଦ୍: ପାକିସ୍ତାନର ସମସ୍ୟା ଥମିବାର ନାମ ନେଉନି । ଗୋଟିଏ ପଟେ ଅର୍ଥନୈତିକ ସଙ୍କଟ ଏବଂ ଅନ୍ୟ ପଟେ ଆତଙ୍କବାଦ ଦେଶର ମେରୁ ହାଡ଼ ଭାଙ୍ଗିଦେଇଛି । ବର୍ତ୍ତମାନ ଦେଶ ପେଶାୱର ଆକ୍ରମଣକୁ ଭୁଲି ନ ଥିବା ବେଳେ ପୁଣି ଆଉ ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥର ଆତଙ୍କବାଦୀମାନେ ପୋଲିସ ଷ୍ଟେସନକୁ ଟାର୍ଗେଟ କରିଛନ୍ତି । ମଙ୍ଗଳବାର ରାତିରେ ପାକିସ୍ତାନର ପଞ୍ଜାବ ପ୍ରଦେଶର ମିଆନୱାଲି ଜିଲାର ଏକ ପୋଲିସ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ପୋଲିସର ସୂଚନାନୁସାରେ, ୨୦ରୁ ୨୫ ଜଣ ସଶସ୍ତ୍ର ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ । କିନ୍ତୁ ଉଭୟ ପଟୁ ହୋଇଥିବା ପ୍ରବଳ ଗୁଳି ବିନିମୟ ପରେ ଆତଙ୍କବାଦୀମାନେ ସେଠାରୁ ଫେରାର ହୋଇଯାଇଥିଲେ । ପାକିସ୍ତାନ ପୋଲିସ ଆତଙ୍କବାଦୀଙ୍କ ଏହି ଷଡ଼ଯନ୍ତ୍ରକୁ ପଣ୍ଡ କରିଛି । ଆତଙ୍କବାଦୀ ଆକ୍ରମଣକୁ ବିଫଳ କରିଥିବା ପାଇଁ ପଞ୍ଜାବର ଇନ୍ସପେକ୍ଟର ଜେନେରାଲ ପୋଲିସ (ଆଇଜିପି) ଡକ୍ଟର ଉସ୍ମାନ ଅନୱର ପୋଲିସ ଷ୍ଟେସନର ଏସ୍ଏଚ୍ଓଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply