Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏୟାର ମାର୍ଶାଲ୍ ଏପି ସିଂହ ବାୟୁସେନାର ଉପମୁଖ୍ୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏୟାର ମାର୍ଶାଲ୍ ଏପି ସିଂହ ବାୟୁସେନାର ଉପମୁଖ୍ୟ

ନୂଆାଦିଲ୍ଲୀ : ଏୟାର ମାର୍ଶାଲ୍ ଏପି ସିଂହ ବାୟୁସେନାର ଉପମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି । ଏହି ଅବସରରେ ଏପି ସିଂହ ନୂଆ ଦିଲ୍ଲୀରେ ଜାତୀୟ ଯୁଦ୍ଧ ସ୍ମାରକୀ କ୍ଷେତ୍ର ପରିଦର୍ଶନ କରି ସହିଦ ସୈନିକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହା ପରେ ଭାରତୀୟ ବାୟୁସେନା ମୁଖ୍ୟାଳୟରେ ତାଙ୍କୁ ଗାର୍ଡÿ ଅଫ ଅନର ଦିଆଯାଇଥିଲା । ଏୟାର ମାର୍ଶାଲ ସନ୍ଦୀପ ସିଂହ ପରେ ଏପି ସିଂହ ଏହି ଗୁରୁଦାୟିତ୍ୱ ନେବେ । ବାୟୁ ସେନାରେ ୩୯ ବର୍ଷେ ସେବା ପରେ ଗତ ଜାନୁଆରୀ ୩୧ ତାରିଖରେ ବାୟୁସେନାର ଉପମୁଖ୍ୟ ପଦରୁ ସନ୍ଦୀପ ସିଂହ ଅବସର ନେଇଛନ୍ତି । ନୂଆ ବାୟୁସେନାର ଉପମୁଖ୍ୟ ଏପି ସିଂହ ହେଉଛନ୍ତି ନ୍ୟାସନାଲ ଡିଫେନ୍ସ ଆକାଡେମୀ (ରାଷ୍ଟ୍ରୀୟ ପ୍ରତିରକ୍ଷା ଆକାଡେମୀ)ର ପୂର୍ବତନ ଛାତ୍ର । ବାୟୁସେନାର ଫାଇଟର ବିଭାଗରେ ସେ ୧୯୮୪, ଡିସେମ୍ବର ୨୧ରେ ସାମିଲ ହୋଇଥିଲେ । ୫୦୦୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ସମୟ ପର୍ଯ୍ୟନ୍ତ ତାଙ୍କର ଉଡ଼ାଣ ଦକ୍ଷତା ରହିଛି । ନିଜ କ୍ୟାରିୟରରେ ଶ୍ରୀ ସିଂହ ଶକ୍ତିଶାଳୀ ଫାଇଟର ଜେଟ୍ ସ୍କ୍ୱାଡ୍ରନ୍ ଏବଂ ଫ୍ରଣ୍ଟଲାଇନ୍ଏୟାର ବେସକୁ କମାଣ୍ଡି କରିବାରେ ତାଙ୍କର ବେଶ ଅଭିଜ୍ଞତା ରହିଛି ।

Leave a Reply