Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବଜେଟରେ ରେଳ ବିଭାଗକୁ ୨.୪୦ ଲକ୍ଷ କୋଟି ଟଙ୍କା ଆବଣ୍ଟନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବଜେଟରେ ରେଳ ବିଭାଗକୁ ୨.୪୦ ଲକ୍ଷ କୋଟି ଟଙ୍କା ଆବଣ୍ଟନ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଦେଶର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ରେଳ ବିଭାଗକୁ ୨.୪୦ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ୨୦୨୨ରେ ରେଳବାଇର ମୋଟ ବଜେଟ ୧୪୦୩୬୭.୧୩ କୋଟି ଥିଲା । ୨୦୧୩-୧୪ ବର୍ଷ ତୁଳନାରେ, ଏହି ବଜେଟ ୯ ଗୁଣ ଅଧିକ । ୨୦୨୩ ବଜେଟ ଉପସ୍ଥାପନା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳବାଇକୁ ଅଧିକ ଅର୍ଥ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ବଜେଟରେ ପ୍ରତ୍ୟେକ ଶ୍ରେଣୀର ଯନô ନିଆଯାଇଛି । ବହୁ ବର୍ଷ ଧରି ବଜେଟର ଅଭାବ ରହିଥିଲା, ଯାହା ଏଥର ଶେଷ ହୋଇଛି । ଏହି ବଜେଟ ହାଇଡ୍ରୋଜେନ ଟ୍ରେନ, ବନେ୍ଦ ଭାରତ ଟ୍ରେନ, ଷ୍ଟେଶନର ବିକାଶ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷରେ ଖର୍ଚ୍ଚ ହେବ । ରେଳ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ୧୨୭୫ ଷ୍ଟେଶନର ବିକାଶ ପାଇଁ ଏକ ପ୍ରସ୍ତାବ ଦିଆଯାଇଛି । ଏଥିରେ ବଡ ଷ୍ଟେଶନରୁ ମଧ୍ୟମ ଷ୍ଟେସନ ଏବଂ କିଛି ଛୋଟ ଷ୍ଟେସନ ପର୍ଯ୍ୟନ୍ତ ନବୀକରଣ କରାଯିବ । ରେଳବାଇର ଅଧିକ ଧ୍ୟାନ ବନେ୍ଦ ଭାରତ ଟ୍ରେନ ଉପରେ ରହିବ । ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୮ଟି ବନେ୍ଦ ଭାରତ ଟ୍ରେନ ଚଳାଚଳ କରୁଛି । ଦେଶର ପ୍ରତ୍ୟେକ ରାଜ୍ୟରେ ଏହାକୁ ଚଳାଇବାକୁ ଯୋଜନା ରହିଛି । ହାଇଡ୍ରୋଜେନ ଟ୍ରେନ ଡିସେମ୍ବର ୨୦୨୩ ସୁଦ୍ଧା ଆସିବ ଏବଂ ଏହା ଭାରତରେ ଡିଜାଇନ ଏବଂ ଉତ୍ପାଦିତ ହେବ । ପ୍ରଥମେ ଏହା କାଲ୍କାଶିମଲା ପରି ହେରିଟେଜ ସର୍କିଟରେ ଚାଲିବ ଏବଂ ପରେ ଏହା ଅନ୍ୟ ସ୍ଥାନକୁ ବିସ୍ତାର ହେବ । ବୁଲେଟ ଟ୍ରେନର କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ କରାଯାଉଛି । ସବୁଜ ଶକ୍ତିକୁ ପ୍ରୋତ୍ସାହିତ କରୁଥିବାବେଳେ ବିଦ୍ୟୁତ ପାଇଁ ଅଲ୍ଟ୍ରା ମେଗା ସୌର କାରଖାନା ସ୍ଥାପନ କରାଯିବ ।

Leave a Reply