Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚଳିତ ବଜେଟ୍ ସମସ୍ତଙ୍କ ସ୍ୱପ୍ନ ପୂରଣ କରିବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚଳିତ ବଜେଟ୍ ସମସ୍ତଙ୍କ ସ୍ୱପ୍ନ ପୂରଣ କରିବ

ଏହି ସାଧାରଣ ବଜେଟ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ବଜେଟ୍ ସମସ୍ତଙ୍କ ସ୍ୱପ୍ନ ପୂରଣ କରିବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ଅମୃତକାଳର ଏହା ହେଉଛି ପ୍ରଥମ ବଜେଟ । ଏହା ବିକଶିତ ଭାରତର ନିର୍ମାଣରେ ଏକ ମଜବୁତ ନିଅଁ ରଖିବ । ଏହି ବଜେଟ ଗରିବ, ଚାଷୀ, ମଧ୍ୟମବର୍ଗ, ପଛୁଆ ବର୍ଗ ଏବଂ କୃଷକଙ୍କ ସହିତ ସମସ୍ତ ସ୍ୱପ୍ନକୁ ପୂରା କରିବ । ବଜେଟରେ ସବୁ ବର୍ଗଙ୍କ ପାଇଁ ଅନେକ ପ୍ରୋତ୍ସାହନ ଯୋଜନା ରହିଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସର୍ବାଙ୍ଗିନ ବିକାଶ କରିବ ବଜେଟ । ସଞ୍ଚୟ ଯୋଜନା ସାଧାରଣ ମହିଳାଙ୍କୁ ବଡ଼ ଶକ୍ତି ଦେବ । ଭିତ୍ତିଭୂମି ଉପରେ ବଡ଼ ନିବେଶ ବ୍ୟବସ୍ଥା ଯୁବବର୍ଗଙ୍କୁ ରୋଜଗାର ଦେବ ବୋଲି ମୋଦି କହିଛନ୍ତି । ମୋଦି ଆହୁରି ମଧ୍ୟ କହିଛନ୍ତି, ସରକାର ଗ୍ରାମୀଣ ଏବଂ ସହର କ୍ଷେତ୍ରରେ ମହିଳାଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ମହିଳାଙ୍କୁ ଏଥିପାଇଁ ସରକାର ଆହୁରି ପ୍ରୋତ୍ସାହିତ କରୁଛନ୍ତି । ଏହି ବଜେଟ ସହକାରିତା ଏବଂ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବ । ମୁଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଟିମକୁ ଏହି ଐତିହାସିକ ବଜେଟ ପାଇଁ ଧନ୍ୟବାଦ ଜଣାଉଛି ।ପରମ୍ପରାଗତ ଭାବେ ନିଜ ହାତରେ ଦେଶ ପାଇଁ ପରିଶ୍ରମ କରୁଥିବା ବିଶ୍ୱକର୍ମା ହେଉଛନ୍ତି ଦେଶର ନିର୍ମାତା । ପ୍ରଥମ ଥର ବିଶ୍ୱକର୍ମାଙ୍କୁ ପ୍ରଶିକ୍ଷଣ ଏବଂ ସହାୟତା ସମ୍ବନ୍ଧିତ ଯୋଜନାକୁ ବଜେଟରେ ଅଣାଯାଇଛି ।

Leave a Reply