Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସଂସଦରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସଂସଦରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପିତ


ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଦିନ ଲୋକସଭାରେ ସାଧାରଣ ବଜେଟ୍ ୨୦୨୩-୨୪ ଆଗତ କରିଛନ୍ତି । ଏହି ବଜେଟର ଆକାର ୪୫ ଲକ୍ଷ କୋଟି ଟଙ୍କା ରହିଛି । ୨୦୨୨-୨୩ର ବଜେଟ୍ ଅକଟଳ ଅନୁସାରେ ଏହା ୩୯ ଲକ୍ଷ କୋଟି ଥିଲା । ତେବେ ସଂଶୋଧିତ ଅଟକଳ ଅନୁସାରେ ଏହା ୪୧ ଲକ୍ଷ କୋଟିକୁ ବୃଦ୍ଧି ପାଇଥିଲା । ସରକାର ୨୦୨୩-୨୪ରେ ମୋଟ ୪୫ ଲକ୍ଷ ୧୪ ହଜାର ୮୮୪ କୋଟି ଟଙ୍କା ଆୟ କରିବାକୁ ଅଟକଳ କରିଛନ୍ତି । ଏହା ମଧ୍ୟରୁ ରାଜସ୍ୱ ପ୍ରାପ୍ତି ପ୍ରାୟ ୨୬ ଲକ୍ଷ ୩୨ ହଜାର କୋଟି ରହିବ । ନୂଆ ଆର୍ଥôକ ବର୍ଷରେ ସରକାର ପ୍ରାୟ ୧୫ ଲକ୍ଷ ୪୫ ହଜାର କୋଟି ଟଙ୍କାର ଋଣ କରିବେ । ଅନ୍ୟପକ୍ଷରେ ବଜେଟରେମୋଟ ୪୫ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହି ଆର୍ଥôକ ବର୍ଷରେଆର୍ଥôକ ନିଅଣ୍ଟକୁ ଜିଡିପିର ୫.୯ ପ୍ରତିଶତକୁ ହ୍ରାସ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତିଯାହାକି ଚଳିତ ଆର୍ଥôକ ବର୍ଷରେ ୬.୪ ପ୍ରତିଶତ ଥିଲକେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନ ୧୧ ଟାରେ ଦେଶର ସାଧାରଣ ବଜେଟ ୨୦୨୩ ଉପସ୍ଥାପନ କରଛନ୍ତି । ଦେଶର ସ୍ୱାଧୀନତାର ସୁବର୍ଣ୍ଣ ଯୁଗର ଏହା ହେଉଛି ପ୍ରଥମ ବଜେଟ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଆମେ ପ୍ରତ୍ୟେକବିଭାଗରେ ପହଞ୍ଚିବାକୁ ଚେଷ୍ଟା କରିଛୁ । ବିଶେଷ କରି ଯୁବକ ଏବଂ ସମସ୍ତ ଶ୍ରେଣୀର ଲୋକଙ୍କୁ ଅର୍ଥନୈତିକ ଶକ୍ତି ଯୋଗାଇବା ପାଇଁ ଉଦ୍ୟମ କରାଯାଇଛି । ଦୁନିଆରେ ମାନ୍ଦାବସ୍ଥା ସତ୍ତ୍ୱେ ଆମର ବର୍ତ୍ତମାନର ଅଭିବୃଦ୍ଧି ପୂର୍ବାନୁମାନ ପ୍ରାୟ ୭ ପ୍ରତିଶତ ରହିଛି ଏବଂ ଚ୍ୟାଲେଞ୍ଜ ସମୟରେ ଭାରତ ଦ୍ରୁତ ବିକାଶ ଆଡକୁ ଗତି କରୁଛି । ସମଗ୍ର ବିଶ୍ୱ ଲୋକମାନେ ଭାରତର ବିକାଶକୁ ପ୍ରଶଂସା କରିଛନ୍ତି ଏବଂ ଏହି ବଜେଟ ହେଉଛି ଆସନ୍ତା ୨୫ ବର୍ଷ ପାଇଁ ବ୍ଲୁ ପ୍ରିଣ୍ଟ । କୋଭିଡ ଟିକାକରଣ ଅଭିଯାନ ଦେଶକୁ ଏକ ନୂତନ ସ୍ତରକୁ ନେଇଛି ଏବଂ ବିଶ୍ୱ ଭାରତର ଶକ୍ତିକୁ ସ୍ୱୀକୃତି ଦେଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।ଅର୍ଥମନ୍ତ୍ରୀ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଭାରତର ଲୋକଙ୍କ ମୁଣ୍ଡପିଛା ଆୟ ଦ୍ୱିଗୁଣିତ ହୋଇଛି । ମୁଣ୍ଡପିଛା ଆୟ ବାର୍ଷିକ ୧.୯୭ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି ।

Leave a Reply