ରାମଲଲ୍ଲାଙ୍କ ଦର୍ଶନ କରିବେ ଏଲନ ମସ୍କଙ୍କ ବାପା

ନୂଆଦିଲ୍ଲୀ: କୋଟିପତି ବ୍ୟବସାୟୀ ଏଲନ ମସ୍କଙ୍କ ପିତା ଏରୋଲ ମସ୍କ ଜୁନରେ ଭାରତ ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ଏରୋଲ ମସ୍କ ଅଯୋଧ୍ୟାର ରାମ ମନ୍ଦିର ପରିଦର୍ଶନ କରିବେ। 

୫ଦିନିଆ ଭାରତ ଗସ୍ତ ସମୟରେ ଏରୋଲ ବିଭିନ୍ନ ବ୍ୟବସାୟ ସମ୍ବନ୍ଧୀୟ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏରୋଲଙ୍କ ୫ଦିନିଆ ଗସ୍ତ ଜୁନ ୧ରୁ ଆରମ୍ଭ ହୋଇ ୬ରେ ‌ଶେଷ ହେବ। ଏହାପରେ ସେ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିବାର ଯୋଜନା ରହିଛି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, “ଜୁନ୍ ୧ରେ ଦିଲ୍ଲୀରେ ପହଞ୍ଚିବା ପରେ ମସ୍କ ଜୁନ୍ ୨ରେ ଏକ କମ୍ପାନି କାର୍ଯ୍ୟକ୍ରମରେ ନୀତି ନିର୍ଦ୍ଧାରକ, ନିବେଶକ, ବ୍ୟବସାୟ ନେତା ଏବଂ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ବ୍ୟୁରୋକ୍ରାଟଙ୍କୁ ଭେଟିବେ। ଏହି ଗ୍ରସ୍ତ ସମୟରେ ମସ୍କ ଶ୍ରୀ ରାମ ଲଲ୍ଲାଙ୍କଠାରୁ ଆଶୀର୍ବାଦ ନେବା ପାଇଁ ଅଯୋଧ୍ୟାର ରାମ ଜନ୍ମଭୂମି ମନ୍ଦିର ମଧ୍ୟ ପରିଦର୍ଶନ କରିବେ। ଯାହା ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଐତିହ୍ୟ ସହିତ ତାଙ୍କର ସମ୍ପର୍କକୁ ପ୍ରତିଫଳିତ କରିବ। 

ଅନ୍ୟପକ୍ଷରେ ଦେଖିବାକୁ ଗଲେ ଏରୋଲ ମସ୍କଙ୍କ ପୁଅ ତଥା କୋଟିପତି ବ୍ୟବସାୟୀ ଏଲନ ମସ୍କ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ଇସ୍ତଫା ଦେଇ ଦେଇଛନ୍ତି।ଏଲନ ମସ୍କ ଟ୍ରମ୍ପ ସରକାରରେ ଡିଓଜିଇ ମୁଖ୍ୟ ପଦବୀରେ ଥିଲେ।  

Leave a Reply

Your email address will not be published. Required fields are marked *