Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କରୋନା ମୁକାବିଲା ପାଇଁ ଭାରତକୁ ନୂଆ ଅସ୍ତ୍ର ମିଳିଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କରୋନା ମୁକାବିଲା ପାଇଁ ଭାରତକୁ ନୂଆ ଅସ୍ତ୍ର ମିଳିଛି

ନୂଆଦିଲ୍ଲୀ: ସାରା ବିଶ୍ୱରେ ପୁଣି ଥରେ କରୋନା ମହାମାରୀ ମୁଣ୍ଡ ଟେକିଥିବା ବେଳେ ଏହାର ମୁକାବିଲା ପାଇଁ ଭାରତକୁ ନୂଆ ଅସ୍ତ୍ର ମିଳିଛି । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ନାଜାଲ ଭ୍ୟାକ୍ସିନ ଇନ୍କୋଭାକ୍ ଲଞ୍ଚ୍ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖଲାଲ ମାଣ୍ଡଭିୟ ଏହାକୁ ଲଞ୍ଚ୍ କରିଛନ୍ତି । ସେ କହିଛନ୍ତି ଏହା ବିଶ୍ୱର ପ୍ରଥମ ଇଣ୍ଟ୍ରାନାଜାଲ୍ ଯାହାକି କୋଭିଡ଼ ପାଇଁ ସମ୍ପୂର୍ଣ୍ଣ ଉପଯୋଗୀ । ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଏହି ଭ୍ୟାକ୍ସିନ୍ ଫେବୃଆରୀ ମାସ ପ୍ରଥମ ସପ୍ତାହରେ ବଜାରରେ ଉପଲବ୍ଧ ହେବ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଭ୍ୟାକ୍ସିନ ସରକାରୀ ଡାକ୍ତରଖାନାରେ ୩୨୫ ଟଙ୍କା ଓ ଘରୋଇ ଭାବେ ୮୦୦ ଟଙ୍କାରେ ମିଳିପାରିବ । ଗତ ଡିସେମ୍ବରରେ ଭାରତ ବାୟୋଟେକ୍ ପକ୍ଷରୁ ଏନେଇ ଘୋଷଣା କରାଯାଇଥିଲା । ଏହି ଟିକାକୁ ସହଜରେ ନାକ ବାଟେ ନେଇ ହେବ । ଏଥିପାଇଁ ବହୁ ପରୀକ୍ଷା ନିରୀକ୍ଷା ପରେ କେନ୍ଦ୍ର ସରକାର ଏହି ଭ୍ୟାକ୍ସିନ୍ ପାଇଁ ଅନୁମତି ପ୍ରଦାନ କରିଛନ୍ତି । କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଏହାକୁ ଜରୁରୀକାଳୀନ ଭାବେ ବ୍ୟବହାର କରାଯାଇ ପାରିବ । କୋଭାକ୍ସିନ୍ ଓ କୋଭିସିଲ୍ ମଧ୍ୟରୁ ଯେ କୌଣସି ଟିକାର ପ୍ରଥମ ଦୁଇ ଡୋଜ ନେଇଥିଲେ ବି ତୃତୀୟ ଡୋଜ ଭାବେ ଏହି ନାଜାଲ ଭ୍ୟାକ୍ସିନକୁ ନିଆଯାଇ ପାରିବ । ୪ ସପ୍ତାହ ବ୍ୟବଧାନରେ ଏହାର ଦୁଇଟି ଡୋଜ ନିଆଯାଇ ପାରିବ । ଏହାକୁ ୧୮ ବର୍ଷରୁ ଊଦ୍ଧ୍ୱର୍ ଲୋକ ନେଇ ପାରିବେ । ଏହା ମଧ୍ୟ ବୁଷ୍ଟର ଡୋଜ ଭାବେ କାମ କରିବ ବୋଲି ମାଣ୍ଡଭିୟ କହିଥିଲେ ।

Leave a Reply