Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସନ୍ଧି ନମାନିଲେ ପାଣି ବନ୍ଦ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସନ୍ଧି ନମାନିଲେ ପାଣି ବନ୍ଦ

ନୂଆଦିଲ୍ଲୀ : ଭାରତ ସରକାର ସେପ୍ଟେମ୍ବର ୧୯୬୦ ଇଣ୍ଡସ୍ ୱାଟର ଟ୍ରିଟି (ଆଇଡବ୍ଲୁଟି)ରେ ସଂଶୋଧନ ଲାଗି ପାକିସ୍ତାନକୁ ନୋଟିସ୍ ଜାରି କରିଛନ୍ତି । ଭାରତ ସରକାର ନୋଟିସରେ ପାକିସ୍ତାନ ସରକାରଙ୍କ ତ୍ରୁଟି ପୂର୍ଣ୍ଣ କାର୍ଯ୍ୟ ସିନ୍ଧୁ ଜଳ ସନ୍ଧିର ବ୍ୟବସ୍ଥା ଓ ଏହାର କାର୍ଯ୍ୟାନ୍ୱୟନ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା କହିଛନ୍ତି । ଏଣୁ ଭାରତକୁ ଆଇଡବ୍ଲୁଟିରେ ସଂଶୋଧନ ଲାଗି ନୋଟିସ୍ ଜାରି କରିବାକୁ ବାଧ୍ୟ ହେବାକୁ ପଡୁଥିବା କୁହାଯାଇଛି । ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଭାରତ ସରକାର ପାକିସ୍ତାନର ହରକତ ଉପରେ କଡା ଅସନ୍ତୋଷ ପ୍ରକାଶ କରିବା ସହ ପାକିସ୍ତାନ ସହିତ ହୋଇଥିହା ସିନ୍ଧୁ ଜଳ ସନ୍ଧିକୁ ଭାରତ ଅକ୍ଷରଶଃ ଲାଗୁ କରିବାକୁ ଦୃଢ ସମର୍ଥନ କରୁଛି । ତେବେ ଅପରପକ୍ଷ ଏହାର ପାଳନ କରୁ ନାହାନ୍ତି ବୋଲି ଭାରତ କହିଛି । ଭାରତ ସରକାର କହିଛନ୍ତି ଯେ ପାରସ୍ପାରିକ ରୂପେ ଏକ ମଧ୍ୟସ୍ଥ ରାସ୍ତା ଖୋଜିବା ନିମନ୍ତେ ଭାରତର ବାରମ୍ବାର ଉଦ୍ୟମ ସତ୍ତ୍ୱେ ପାକିସ୍ତାନ ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ସ୍ଥାୟୀ ସିନ୍ଧୁ ଆୟୋଗର ୫ଟି ବୈଠକରେ ପ୍ରସଙ୍ଗ ଚର୍ଚ୍ଚାକୁ ବିରୋଧ କରିଆସିଛି । ଏହି କାରଣରୁ ଏବେ ପାକିସ୍ତାନକୁ ନୋଟିସ୍ କରାଯାଉଛି । ଏହି ନୋଟିସ୍ର ଉଦେ୍ଦଶ୍ୟ ପାକିସ୍ତାନକୁ ସିନ୍ଧୁ ଜଳ ସନ୍ଧିର ଉଲ୍ଲଂଘନ ସୁଧାରିବା ଲାଗି ୯୦ ଦିନ ମଧ୍ୟରେ ଅନ୍ତର-ସରକାରୀ ବାର୍ତ୍ତାରେ ପ୍ରବେଶ କରିବାକୁ ଅବସର ଦେଉଛି । ଗତ ୬୨ବର୍ଷରେ ବଦଳିଥିବା ପରିସ୍ଥିତି ଅନୁସାରେ ସିନ୍ଧୁ ଜଳ ସନ୍ଧିକୁ ଅପଡେଟ୍ କରିବା ମଧ୍ୟ ଏହି ନୋଟିସ୍ର ଅନ୍ୟତମ ଉଦେ୍ଦଶ୍ୟ । ସିନ୍ଧୁ ଜଳ ସନ୍ଧି ବ୍ୟବସ୍ଥା ଅନୁସାରେ ସତଲଜ, ବ୍ୟାସ ଓ ରାବି ନଦୀର ପାଣି ଭାରତକୁ ମିଳୁଥିବା ବେଳେ ସିନ୍ଧୁ, ଝେଲମ ଓ ଚିନାବ ନଦୀର ପାଣି ପାକିସ୍ତାନକୁ ଦିଆଯାଉଛି । ଭାରତ ଓ ପାକିସ୍ତାନ ସରକାର ଦୀର୍ଘ ୯ ବର୍ଷର ଆଲୋଚନା ପରେ ୧୯ ସେପ୍ଟେମ୍ବର ୧୯୬୦ରେ ଆଇଡବ୍ଲୁଟିରେ ପ୍ରବେଶ କରିଥିଲେ । ଏଥିରେ ଭାରତ ଓ ପାକିସ୍ତାନ ସ୍ୱାକ୍ଷର କରିଥିବା ବେଳେ ବିଶ୍ୱବ୍ୟାଙ୍କ ମଧ୍ୟ ସିଗ୍ନେଟରୀ ଥିଲେ । ସନ୍ଧି ଅନୁସାରେ ଦୁଇ ଦେଶଙ୍କ ଜଳ ଆୟୋଗଙ୍କୁ ପ୍ରତି ଦୁଇ ବର୍ଷରେ ସାକ୍ଷାତ ଆଲୋଚନା କରିବାକୁ ପଡୁଥିବା ବେଳେ ପ୍ରକଳ୍ପ ସ୍ଥଳ ଓ ଗୁରୁତ୍ୱପୂର୍ଣ୍ଣ ନଦୀ ହେଡୱାର୍କର ବୈଷୟିକ ଗସ୍ତର ପ୍ରବନ୍ଧନ ମଧ୍ୟ କରିବାକୁ ପଡିଥାଏ । ତେବେ ପାକିସ୍ତାନ ଲଗାତାର ସନ୍ଧିର ନିୟମ ଓ କାନୁନକୁ ଅବହେଳା କରିଆସୁଛି । ଏଣୁ କେନ୍ଦ୍ର ସରକାର ପାକିସ୍ତାନକୁ ନୋଟିସ୍ ଜାରି କରିଛନ୍ତି । ଯେଉଁଥିରେ ଏବେ ପାକିସ୍ତାନକୁ ଭାରତ ପାଣି ବନ୍ଦ କରିପାରେ ବୋଲି ଆକଳନ କରାଯାଉଛ ।

Leave a Reply