Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚଳିତ ବର୍ଷ ଭାରତ ପ୍ରଥମ ସୌର ମିଶନ ଲଞ୍ଚ କରିବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚଳିତ ବର୍ଷ ଭାରତ ପ୍ରଥମ ସୌର ମିଶନ ଲଞ୍ଚ କରିବ



ନୂଆଦିଲ୍ଲୀ : ଚଳିତ ବର୍ଷ ଭାରତ ଏହାର ପ୍ରଥମ ସୌର ମିଶନ ଲଞ୍ଚ କରିବାକୁ ଯାଉଛି । ଏହି ମିଶନର ନାମ ରହିଛି ଆଦିତ୍ୟ ଏଲ-୧ । ଏହା ସୂର୍ଯ୍ୟଙ୍କୁ ଗବେଷଣା କରିବାରେ ସହାୟକ ହେବୟ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଆଷ୍ଟ୍ରୋଫିଜିକ୍ସ (ଆଇଆଇଏ) ଗୁରୁବାର ଏହି ମିଶନର ଭିଜିବୁଲ ଲାଇନ୍ ଏମିସନ କ୍ରୋନୋଗ୍ରାଫ୍ (ଭିଇଏଲସି) କୁ ଇସ୍ରୋକୁ ହସ୍ତାନ୍ତର କରିଛି । ଭିଇଏଲସିରେ ୭ ଟି ଟେଲିସ୍କୋପ୍ ରହିଛି । ଏହି ମିଶନ ଜୁନ୍-ଜୁଲାଇରେ ଲଞ୍ଚ ହେବା ନେଇ ଯୋଜନା ରହିଛି । ଗୁରୁବାର ହୋଇଥିବା ହସ୍ତାନ୍ତର ପ୍ରକ୍ରିୟା ଆଇଆଇଏର ସେର ଫର୍ ରିସର୍ଚ୍ଚ ଆଣ୍ଡ୍ ଏଜୁକେସନ ଇନ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜୀ (ସିଆରଇଏସଟି) କ୍ୟାମ୍ପସରେ ଇସ୍ରୋ ଚେୟାରମ୍ୟାନ୍ ଏସ ସୋମନାଥଙ୍କ ଉପସ୍ଥିତିରେ ହୋଇଥିଲା । ଏକ ରିପୋର୍ଟରେ ଆଇଆଇଏ କହିଛି ଏହା ସଫଳତା ସହ ଏହାର ଭିଇଏଲସିକୁ ଟେଷ୍ଟିଂ କରିଛି । ଯାହା ସବୁଠୁ ବଡ଼ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଖୁବ୍ ଆହ୍ୱାନପୂର୍ଣ୍ଣ ରହିଥିଲା । ଯେଉଁଥିରେ ୭ ଟି ଟେଲିସ୍କୋପ୍ ରଖିବା । ଏବେ ଇସ୍ରୋ ଭିଇଏଲସିର ଆଗାମୀ ପରୀକ୍ଷଣ ଜାରି ରଖିବ । ଏହି ଅବସରରେ ଇସ୍ରୋ ଚେୟାରମ୍ୟାନ୍ କହିଛନ୍ତି ପୃଥିବୀ ଉପରେ ସୂର୍ଯ୍ୟଙ୍କ ପ୍ରଭାବ ଏବଂ ଏହାର ଚର୍ତୁପାର୍ଶ୍ୱକୁ ଜାଣିବା ଜୁରରୀ ହୋଇପଡ଼ିଛି ଏବଂ ଆଦିତ୍ୟ ଏଲ୧ର ଲକ୍ଷ୍ୟ ଏହି ସବୁ ପ୍ରସଙ୍ଗର ଖୋଜାଯିବା । ଭିଇଏଲସିକୁ ସଂପୂର୍ଣ୍ଣ କରିବାକୁ ୧୫ ବର୍ଷ ଲାଗିଥିଲା । ସୂର୍ଯ୍ୟଙ୍କୁ ଗବେଷଣା କରିବା ପାଇଁ ଏହା ଭାରତର ପ୍ରଥମ ମିଶନ । ଏହା ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଥିବା ଲାଗ୍ରାଜିଆନ୍ ପଏଣ୍ଟ (ଏଲ-୧) ·ରିପାଖରେ ଥିବା ଏକ କକ୍ଷପଥରୁ ଅଧ୍ୟୟନ କରିବ । ଏଥିରେ ଥିବା ସାତଟି ଟେଲିସ୍କୋପ୍ ସୂର୍ଯ୍ୟର ଫୋଟୋସ୍ପିୟର, କ୍ରୋମୋସ୍ପିୟର ଏବଂ ସୂର୍ଯ୍ୟଙ୍କ କରୋନା (ବାହାର ସ୍ତର)କୁ ନିରୀକ୍ଷଣ କରିବୟ ଏହାଦ୍ୱାରା ସୂର୍ଯ୍ୟରେ ହେଉଥିବା ଗତିବିଧିକୁ ଏବଂ ଏହାର ମହାକାଶରେ କିଭଳି ପ୍ରଭାବ ପଡ଼ୁଛି ତାହା ଉପରେ ଗବେଷଣା କରାଯିବ ବୋଲି ଇସ୍ରୋ ତରଫରୁ କୁହାଯାଇଛି । ଆଇଆଇଏର ନିଦେ୍ର୍ଦଶକ ପ୍ରଫେସର ଅତ୍ତପୂର୍ଣ୍ଣି ସୁବ୍ରମଣ୍ୟମ କହିଛନ୍ତି ଭିଇଏଲସି ସଫଳ ହେବା ଏକ ମାଇଲଖୁଣ୍ଟ । ଏଥିରେ ଥିବା ଟେଲିସ୍କୋପ୍ ମଧ୍ୟରେ ସୋଲାର ଅଲଟ୍ରାଭାଇଓଲେଟ୍ ଇମେଜିଙ୍ଗ୍ ଟେଲିସ୍କୋପ୍, ଆଦିତ୍ୟ ସୋଲାର ୱିଣ୍ଡ୍ ପ୍ୟାନେଲ୍, ପ୍ଲାଜମା ଆନାଲାଇଜର ପ୍ୟାକେଜ୍, ସୋଲାର ଲୋ ଏନର୍ଜୀ ଏକ୍ସ-ରେ ସ୍ପେକ୍ଟୋମିଟର, ହାଇ ଏନର୍ଜୀ ଏଲ୧ ଅରବିଟିଂ ଏକ୍ସ-ରେ ସ୍ପେକ୍ଟୋମିଟର ଏବଂ ମ୍ୟାଗ୍ନେଟୋମିଟର ରହିଛିୟ ଏହି ସାଟେଲାଇଟ୍ ଦ୍ୱାରା ସୂର୍ଯ୍ୟଙ୍କ କୋରୋନା ଏବଂ ମହାକାଶ ପରିବେଶକୁ ଜାଣିବା ପାଇଁ ଏହା ଅଧିକ ସାହାଯ୍ୟ କରିବ ବୋଲି କହିଛନ୍ତି ISRO ଅଧିକାରୀ ।

Leave a Reply