ମହିଳା ସମନ୍ୱୟ, ଭଦ୍ରକ ତରଫରୁ ‘ଶୌର୍ଯ୍ୟ ଯାତ୍ରା’
ଭୁବନେଶ୍ୱର,୨୯/୫: ୨୨ ଏପ୍ରିଲ ୨୦୨୫ରେ ପହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ଏକ ବର୍ବରଚିତ୍ତ ଆକ୍ରମଣ ହୋଇଥିଲା ଯେଉଁଥିରେ ନିରୀହ ସାଧାରଣ ନାଗରିକଙ୍କ ଜୀବନ ଯାଇଥିଲା । ଭାରତୀୟ ସେନା \”ଅପରେସନ୍ ସିନ୍ଦୂର’ ରୂପରେ ଏହି ଆତଙ୍କବାଦୀ ଆକ୍ରମଣର ଉଚିତ ଜବାବ ଦେଇଛନ୍ତି । ଭାରତୀୟ ସେନାର ଏହି ବୀରତ୍ୱ ପ୍ରତ୍ୟେକ ଭାରତୀୟଙ୍କ ମନରେ ସ୍ୱାଭିମାନ ସୃଷ୍ଟି କରେ । \”ଅପରେସନ୍ ସିନ୍ଦୂର’ ନାମ ଏବଂ ଏହା ଅନ୍ତର୍ଗତ ଦେଖାଯାଇଥିବା ଶୌର୍ଯ୍ୟ ଆମ ଭାରତୀୟ ମହିଳାଙ୍କ ପ୍ରତି ବିଶେଷ ସମ୍ବେଦନଶୀଳତାକୁ ଦର୍ଶାଉଛି । ଦେଶର ଏହି ବୀରତ୍ୱପୂର୍ଣ୍ଣ ପଦକ୍ଷେପକୁ ସମର୍ଥନ କରି ଅପରେସନ ସିନ୍ଦୁରର ସଫଳତାକୁ ନେଇ ମହିଳା ସମନ୍ୱୟ, ଭଦ୍ରକ ତରଫରୁ ‘ଶୌର୍ଯ୍ୟ ଯାତ୍ରା’ ଅନୁଷ୍ଠିତ ହୋଇ ଯାଇଛି ।
ଏହି ଶୌର୍ଯ୍ୟ ଯାତ୍ରା ଭଦ୍ରକ ସହର ପରିକ୍ରମା କରିଥିଲା । ସଂଚାଳିକା ସୁମିତା ମହାପାତ୍ର, ସହ ସଂଚାଳିକା ସିପ୍ରା ରାଉତ, ଦୁର୍ଗାବାହିନୀର ମଧୁସ୍ମିତା ମହାପାତ୍ର, ଭାରତୀୟ ମଜଦୂର ସଂଘର ଅନ୍ନପୂର୍ଣ୍ଣା ବିଶ୍ବାଳ, କମଳିନୀ ମଲ୍ଲିକ,ଭିଏଚ୍ ପି ର ସରୋଜୀନି ଦାସ, ଏବିଭିପିର ପ୍ରିୟଙ୍କା ଦାସ ପ୍ରମୁଖ ଏହି କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ା