ବୋର୍ଡ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଛାତ୍ରୀ ସରସଂଘଚାଳକଜୀଙ୍କ ଦ୍ବାରା ସମ୍ମାନୀତ

ଶାରଦା ବାଲ୍ ନିକେତନ ଛାତ୍ରୀ ପୂଜା ଚୌଧୁରୀ ୯୯.୫୦ ପ୍ରତିଶତ ନମ୍ବର ସହିତ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର 

ନାଗୌର: ଆଦର୍ଶ ଶିକ୍ଷା ସଂସ୍ଥାନ ଦ୍ୱାରା ପରିଚାଳିତ ଶାରଦା ବାଲ୍ ନିକେତନ ଛାତ୍ରୀ ପୂଜା ଚୌଧୁରୀ ରାଜସ୍ଥାନ ବୋର୍ଡ ପରୀକ୍ଷାରେ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ରାଜସ୍ଥାନ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପ୍ରକାଶିତ ଦଶମ ଶ୍ରେଣୀ ଫଳାଫଳରେ ପୂଜା ୯୯.୫୦ ପ୍ରତିଶତ ନମ୍ବର ହାସଲ କରିଛନ୍ତି।

ଏହି ଅବସରରେ   ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପରମ ପୂଜନୀୟ ସରସଂଘଚାଳକ ଡକ୍ଟର ମୋହନ ଭାଗବତ ଜୀ କୃତ୍ତିତ୍ବ ହାସଲ କରିଥିବା ବିଦ୍ଯାର୍ଥିକୁ   ସଫା (ପଗଡ଼ି) ପିନ୍ଧାଇ ଏବଂ ଫୁଲ ଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ। ସେ ଝିଅର ପିତା ରାମ ପ୍ରତାପ ଭାଦୁ ଏବଂ ମାତା ଜେନି ଦେବୀଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ। ସରସଂଘଚାଳକ ଜୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇ ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଛାତ୍ରୀ ପୂଜା କହିଥିଲେ ଯେ ସେ ଏକାଦଶ ଶ୍ରେଣୀରେ ଗଣିତକୁ ବିଷୟ ଭାବରେ ନେଇ ଆଇଆଇଟି ପାଇଁ ପ୍ରସ୍ତୁତି କରିବାକୁ ଆଗ୍ରହୀ।

ଏହି ଅବସରରେ ବିଦ୍ୟା ଭାରତୀ ରାଜସ୍ଥାନ କ୍ଷେତ୍ର ନିରୀକ୍ଷକ ଗଙ୍ଗା ବିଷ୍ଣୁ ବିଷ୍ଣୋଇ ବିଦ୍ୟା ଭାରତୀର ଯୋଧପୁର ପ୍ରଦେଶ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ, ଆଦର୍ଶ ଶିକ୍ଷା ସଂସ୍ଥାନର ପୃଷ୍ଠପୋଷକ ହନୁମାନ ସିଂହ ଦେବଦା, ଶାରଦା ବାଲ ନିକେତନର ଅଧ୍ୟକ୍ଷ ଜେନାରାମ ଗୁରୁ, କମଳା ଚରଣ ଏବଂ ଅରବିନ୍ଦ ବୋଡା ମଧ୍ୟ ଉପସ୍ଥିତ ଥିଲେ। ସ୍ୱାଗତ ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଭଗିନୀ ନିବେଦିତା ଛାତ୍ରାବାସରେ ଅନୁଷ୍ଠିତ ହୋଇଥିଲା।

୨୦୧୬ ମସିହାରେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭାର ବୈଠକ ସମୟରେ,  ଭଗିନୀ   ନିବେଦିତା ଛାତ୍ରାବାସକୁ ସରସଂଘଚାଳକ ଜୀଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *