ପୁରୀରେ  ନାରଦ ଜୟନ୍ତୀ 

ପୁରୀରେ  ନାରଦ ଜୟନ୍ତୀ 

ପୁରୀ:  ଦେବର୍ଷି  ନାରଦ ଜୟନ୍ତୀ ସ୍ଥାନୀୟ ଘୋଡ଼ାବଜାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ପୁରୀ ଶାଖାର ପ୍ରଚାର ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ରାଜକିଶୋର ସାହୁ, ପ୍ରଶାନ୍ତ ପଣ୍ଡା ଓ ବାମଦେବ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ଦେବର୍ଷି ନାରଦ ବିଶ୍ବର ଆଦ୍ୟ ସାମ୍ବାଦିକ। ଏହି ଅବସରରେ ଏଠାରେ ଉପସ୍ଥିତ ସାମ୍ବାଦିକମାନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଶେଷରେ ବରିଷ୍ଠ ଶିକ୍ଷାବିତ୍ ପ୍ରଶାନ୍ତ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *