Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋରୁ ବୋଝେଇ ଗାଡ଼ି ଜବତ -ମାରଣାସ୍ତ୍ର ଦେଖାଇ ଗୋରୁ ମାଫିଆ ଫେରାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋରୁ ବୋଝେଇ ଗାଡ଼ି ଜବତ -ମାରଣାସ୍ତ୍ର ଦେଖାଇ ଗୋରୁ ମାଫିଆ ଫେରାର


ଢେଙ୍କାନାଳ: ଢେଙ୍କାନାଳ ସହର ଦେଇ ରୀତିମତ ଚାଲିଛି ଗୋରୁୂ ଚାଲାଣ । ମାତ୍ର ଢେଙ୍କାନାଳ ପୋଲିସ ଗୋରୁ ମାଫିଆଙ୍କ ଏପରି ବେଆଇନ କାର୍ଯ୍ୟ କଳାପରେ ମୁଣ୍ଡ ନୁଆଁଇ ଦେଇଛି । ଫଳରେ ଗୋରୁ ମାଫିଆ ବେଫିକର ହୋଇ ଚଳାଇଛନ୍ତି ସେମାନଙ୍କର ଏହି ବେଆଇନ କାରବାର । ତେବେ ଜାନୁଆରୀ ୨୩ ତାରଖ ଭୋର ସମୟରେ ଢେଙ୍କାନାଳ ବାଇପାସରେ କିଛି ସ୍ଥାନୀୟ ଲୋକେ ବେଆଇନ ଭାବେ ଏହି ଗୋରୁ ବୋଝେଇ କରି ଯାଉଥିବା ୪ଟି କଂଟେନରକୁ ଅଟକାଇ ଥିଲେ । ଲୋକମାନେ ଟାଉନ ପୋଲିସକୁ ଖବର ଦେଇଥିଲେ ମଧ୍ୟ ପୋଲିସ ପହଁଚିବାରେ ବିଳମ୍ବ କରିଥିଲା । ଯାହା ଫଳରେ ଏହି ଗୋରୁଚାଲାଣ ବେଳେ ଗୋରୁ ବୋଝେଇ କଂଟେନର ଗାଡି ଗୁଡିକୁ ଆଗରେ ଏକ୍ସକର୍ଟ କରି ନେଇଥିବା ଏକ କାରରେ ଥିବା ଗୋରୁ ମାଫିଆମାନେ ବନ୍ଧୁକ ଓ ପିସ୍ତଲ ଆଦି ମାରଣାସ୍ତ୍ର ଦେଖାଇ ଲୋକମାନଙ୍କୁ ଭୟଭୀତ କରି ୩ଟି ଗାଡି ଖସାଇ ନେଇ ପଳାଇବାରେ ସକ୍ଷମ ହୋଇଛନ୍ତି । ତେବେ ସ୍ଥାନୀୟ ଯୁବକ ଗୋଟିଏ କଂଟେନରର ଜବତ କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ଗାଡିର ଡ୍ରାଇଭର ପଳାଇ ଯାଇଛନ୍ତି । ଏହି କଂଟେନରରେ ଅତି ଅମାନୁଷିକ ଭାବେ ୭୦ ଗୋରୁଙ୍କୁ ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା । ଉଧାର ପରେ ଏହି ଗୋରୁମାନଙ୍କୁ ପୋଲିସ ନେଇ ପୌରସଂସ୍ଥା ପକ୍ଷରୁ ମହିଷାପାଟ ଅଂଚଳରେ ଥିବା କାଇନା ହାଉସରେ ରଖିଥିବା ସୂଚନା ମିଳିଛି । ଏହି ଗୋରୁ ବୋଝେଇ କଂଟେନର ଗୁଡିକରେ ବେଆଇନ ଭାବେ ଗୋରୁମାନଙ୍କୁ ଅନୁଗୁଳର ଆଠମଲ୍ଲିକ ଅଂଚଳରୁ କୋଲକତା ଆଦି ରାଜ୍ୟ ବାହାରକୁ ବେଆଇନ ଭାବେ ଚାଲାଣ କରାଯାଉଥିବା ଜଣାପଡିଛି । ଗୋରୁ ମାନଙ୍କର ଗୋଡ ଓ ବେକ ବାନ୍ଧି ସମସ୍ତ ଆଇନ ଉଲ୍ଲଂଘନ କରି ରାଜ୍ୟ ବାହାରକୁ ଏହି ଚାଲାଣ କରାଯାଉଥିଲା । ଟାଉନ ପୋଲିସ ଏ ସମ୍ପର୍କରେ କାହାକୁ ଗିରଫ କରିନଥିବା ବେଳେ ଅଧିକ ତଦନ୍ତ ଚଳାଇଛି ।

Leave a Reply