Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମହାପ୍ରଭୁଙ୍କ ଦର୍ଶନ କଲେ ପାକିସ୍ତାନୀ ଭକ୍ତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମହାପ୍ରଭୁଙ୍କ ଦର୍ଶନ କଲେ ପାକିସ୍ତାନୀ ଭକ୍ତ


ପୁରୀ: ପାକିସ୍ତାନର କରାଚିରେ ବସବାସ କରୁଥିବା ୩୦ରୁ ଅଧିକ ହିନ୍ଦୁ ପରିବାର ଜାନୁଆରୀ ୨୧ ତାରିଖ ରାତିରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନଲାଭ କରି ନିଜକୁ ସୌଭାଗ୍ୟ ମଣିଛନ୍ତି ଏହି ପରିବାର । ପାକିସ୍ତାନର ଅଧିବାସୀମାନେ ଶନିବାର ରାତିରେ ଶ୍ରୀମନ୍ଦିରରେ ପହଂଚିଥିଲେ । ପୁଲିସ ସମସ୍ତଙ୍କୁ ଯାଂଚ କରି ସିଂହଦ୍ୱାର ଦେଇ ଦର୍ଶନ ପାଇଁ ଛାଡ଼ିଥିଲା । ଦର୍ଶନ ପରେ ସେମାନେ ନିଜର ପ୍ରତିକ୍ରିୟାରେ କହିଛନ୍ତି, ପାକିସ୍ତାନରେ ବି ଆମେ ପ୍ରତିବର୍ଷ ମହାପ୍ରଭୁଙ୍କ ରଥଯାତ୍ରା କରି ଆସୁଛୁ । ୨୦୦୯ ମସିହାରେ ଆମେ ପାକିସ୍ତାନ କରାଚିରେ ଏହି ରଥଯାତ୍ରା ଆରମ୍ଭ କରିଥିଲୁ । ଏହାକୁ ୧୪ ବର୍ଷ ପୂରିବାକୁ ଯାଉଛି । ୧୪ ବର୍ଷ ରଥଯାତ୍ରା ଓ ମହାପ୍ରଭୁଙ୍କୁ ଡାକିବା ପରେ ବୋଧହୁଏ, ମହାପ୍ରଭୁ ଆମ ଡାକ ଶୁଣିଛନ୍ତି । ଆଜି ତାଙ୍କର ଦର୍ଶନ ପାଇବାର ସୌଭାଗ୍ୟ ମିଳିଥିବା ସେମାନେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନରେ ରହୁଥିବା ହିନ୍ଦୁ ପରିବାରମାନେ ଭାରତର ବିଭିନ୍ନ ତୀର୍ଥ ସ୍ଥାନ ବୁଲିବାକୁ ପ୍ରତିବର୍ଷ ଆସିଥାନ୍ତି । ଏହିକ୍ରମରେ ଗତ ୧୨ ତାରିଖରୁ ସେମାନେ ଭାରତକୁ ତୀର୍ଥଯାତ୍ରାରେ ଆସିଛନ୍ତି ।

Leave a Reply