Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନରେ ଇଂଟରନେଟ ସେବା ଠପ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନରେ ଇଂଟରନେଟ ସେବା ଠପ


କରାଚୀ: ପଡ଼ୋଶୀ ପାକିସ୍ତାନ ଆର୍ଥିକ କ୍ଷେତ୍ରରେ ସଂପୂର୍ଣ୍ଣ ଦେବାଳିଆ ଅବସ୍ଥାକୁ ଚାଲିଆସିଛି । ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଅାଁ ଦରବୃଦ୍ଧି ଓ ତା’ ସାଙ୍ଗକୁ ବିଦ୍ୟୁତ ସଙ୍କଟ ପାକିସ୍ତାନବାସୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ ଏବେ ହଜାର ହଜାର ମୋବାଇଲ୍ ଟାୱାର ବନ୍ଦ ହୋଇଯାଇଛି । ଫଳରେ ଲକ୍ଷ ଲକ୍ଷ ଲୋକ ମୋବାଇଲ୍ ସେବାରୁ ବଞ୍ଚôତ ହୋଇଛନ୍ତି । ସ୍ଥାନ ଲୋକଙ୍କ କହିବା ମୁତାବକ ଜାନୁଆରୀ ୨୨ ଠାରୁ ବିଦ୍ୟୁତ୍ ସଂଯୋଗ ବନ୍ଦ ପଡ଼ିବାରୁ ପାକିସ୍ତାନରେ ଅନ୍ଧାରୀରାଜ ଅବସ୍ଥାକୁ ଚାଲିଯାଇଛି । ମୋବାଇଲ୍ ସେବା ଠପ୍ ହୋଇଯାଇଛି । ପାକିସ୍ତାନର ଶକ୍ତି ମନ୍ତ୍ରୀ କହିଛନ୍ତି ଯେ ବିଦ୍ୟୁତ୍ ଯୋଗାଣର ପୁନରୁଦ୍ଧାର ପାଇଁ ବିଦ୍ୟୁତ୍ ଗ୍ରୀଡ୍ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ବିଦ୍ୟୁତ୍ ଗ୍ରୀଡ୍ର ବିଫଳତା ହେତୁ ଦେଶର ଅଧିକାଂଶ ସ୍ଥାନରେ ବିଦ୍ୟୁତ୍ ଯୋଗାଣ ବନ୍ଦହୋଇଯାଇଛି । ଯଦିଓ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ବିଦ୍ୟୁତ୍ ସମ୍ବଳ ଅଛି ବୋଲି ସରକାର ସୂଚନା ଦେଇଛନ୍ତି, କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ବିଦ୍ୟୁତ୍ ଯୋଗାଣରେ କ୍ରମାଗତ ହ୍ରାସ ଘଟିଛି । ପାକିସ୍ତାନ ଟେଲିକମ୍ୟୁନିକେସନ ଅଥରିଟି (ପିଟିଏ) କହିଛି ଯେ ଦେଶରେ ବିଦ୍ୟୁତ ସଙ୍କଟ ଯୋଗୁଁ ମୋବାଇଲ୍ ସେବା ସ୍ଥଗିତ ହୋଇଯାଇଛି । ଆଗକୁ ନିଦେ୍ର୍ଦଶ ଦେଇ କହିଛନ୍ତି ଯେ ପ୍ରତ୍ୟେକ ସେଲୁଲାର୍ ମୋବାଇଲ୍ ଟାୱାର ଅପରେଟର କମ୍ପାନୀ ନିଜ ଗ୍ରାହକଙ୍କୁ ସୂଚନା ଦେବା ଉଚିତ୍ । କମ୍ପାନୀ କହିଛି ଯେ ଯଥାଶୀଘ୍ର ସେବା ଆରମ୍ଭ କରିବାକୁ ଆମେ ଆମ ପକ୍ଷରୁ ଚେଷ୍ଟା ଜାରି ରଖିଛୁ । ଏହାପୂର୍ବରୁ ପାକିସ୍ତାନର ଇସଲାମାବାଦ, କରାଚି ଏବଂ ପେଶୱାରର ୨୨ ଟି ଜିଲ୍ଲାରେ ବିଦ୍ୟୁତ ସେବା ସଂପୂର୍ଣ୍ଣ ବ୍ୟାହତ ହୋଇଥିବା ଜଣାଯାଇଥିଲା । ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଇସଲାମାବାଦ, ଲାହୋର
ଏବଂ କରାଚି ଭଳି ସହରରେ ବିଦ୍ୟୁତ ବିଫଳତା କାରଣରୁ ମୋବାଇଲ୍ ଫୋନ୍ ସେବା ବ୍ୟତୀତ ଇଂଟରନେଟ୍ ସେବାମଧ୍ୟ ପ୍ରଭାବିତ ହୋଇଛି । ପାକିସ୍ତାନର ଶକ୍ତି ମନ୍ତ୍ରୀ ଖୁରାମ ଦସ୍ତଗୀର କହିଛନ୍ତି ଯେ ଚାରି ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏଭଳି ସମସ୍ୟା ଦେଖାଦେଇଛ

Leave a Reply