ଅପରେସନ ସିନ୍ଦୂର ବେଳେ ଭୋଲାରୀ ଏୟାରବେସ ଛାରଖାର

ନୂଆଦିଲ୍ଲୀ: ପାକ୍‌ ସେନା ମୁଖ୍ୟାଳୟଠୁ କେବଳ ୧୦ କିଲୋମିଟର ଦୂରରେ ରହିଥିବା ଭୋଲାରୀ ଏୟାରବେସରେ ତାଣ୍ଡବ ରଚିଥିଲା ଭାରତ । ଯେଉଁଠି ପାକ୍‌ ସେନା ପ୍ରତିରକ୍ଷା ଉପକରଣ, ଯୁଦ୍ଧାସ୍ତ୍ର, ଯୁଦ୍ଧ ବିମାନ ଠୁଳ କରିଥିଲା । ତେବେ ଆକ୍ରମଣରେ ପାକିସ୍ତାନ ଭାରିମାତ୍ରାର କ୍ଷତି ସହିଥିବା ବେଳେ ଭୋଲାରୀ ଏୟାରବେସରେ ଭୟଙ୍କର କ୍ଷତି ହୋଇଥିବା ମାନିଛନ୍ତି ପାକିସ୍ତାନ ସିନ୍ଧର ମୁଖ୍ୟମନ୍ତ୍ରୀ । ସେଠାରେ ୪ଟି ଲଢୁଆ ବିମାନ ସହ ଅନେକ ଯୁଦ୍ଧାସ୍ତ୍ର ଥିଲା । ବ୍ରହ୍ମୋସ୍ ମିସାଇଲ୍ ଦ୍ବାରା ଏହି ଆକ୍ରମଣ କରାଯାଇଥିବା ବେଳେ ଭୋଲାରୀ ଏୟାରବେସର ଭୟଙ୍କର କ୍ଷୟକ୍ଷତି ହୋଇଛି । କୁହାଯାଉଛି ୬ ଜଣ ପାକିସ୍ତାନୀ ବାୟୁସେନାର ଯବାନ ମଧ୍ଯ ଏଥିରେ ପ୍ରାଣ ହରାଇଛନ୍ତି ।

Leave a Reply