ମଣିପୁରରେ ସରକାର ଗଢିବା ପାଇଁ ଦାବି

ଇମ୍ଫାଲ ୨୮।୫: ମେ ୨୦୨୩ରେ ବିଜେପି ନେତା ଏନ.ବୀରେନ ସିଂହ ମେତେଇ ଓ କୁକିଙ୍କ ମଧ୍ୟରେ ଜାତିଗତ ବିବାଦ ସମାଧାନରେ ବିଫଳତା ଯୋଗୁ ଇସ୍ତଫା ଦେଇଥିଲେ ଏହା ପରଠାରୁ ଫେବୃଆରୀ ମାସରୁ ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି ରହିଛି। ମଣିପୁରରେ ସରକାର ଗଢିବା ପାଇଁ ବିଜେପି ଦାବି ଉପସ୍ଥାପନ କରିଛି। ବିଜେପି ନେତା ଥୋକଚୋମ ରାଧେଶ୍ୟାମ ଶିଂହ ବୁଧବାର ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଭେଟି ଦାବି ଉପସ୍ଥାପନ କରିଥିବା ବେଳେ ୪୪ ଜଣ ବିଧାୟକ ସରକାର ଗଢିବା ପାଇଁ ରାଜି ଥିବା କହିଛନ୍ତି। ସେ ୯ ଜଣ ବିଧାୟକଙ୍କ ସହ ରାଜଭାବନ ଯାଇ ରାଜ୍ୟପାଳଙ୍କୁ ଭେଟିଛନ୍ତି। 
ରାଧେଶ୍ୟାମ ସିଂହ କହିଛନ୍ତି ଯେ, ରାଜ୍ୟପାଳ ଆମ କଥା ଉପରେ ଧ୍ୟାନ ଦେଇଛନ୍ତି ଓ ଲୋକଙ୍କ ସର୍ବୋତ୍ତମ ହୀତ ନିମନ୍ତେ କାର୍ଯ୍ୟାନୁଷ୍ଠାନ କରିପାରନ୍ତି ବୋଲି ସିଂହ ଆଶାପୋଷଣ କରିଛନ୍ତି।

Leave a Reply

Your email address will not be published. Required fields are marked *