Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗାଇସିଲାଟର ବାର୍ଷିକ ଉସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗାଇସିଲାଟର ବାର୍ଷିକ ଉସବ


ବରଗଡ: ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗାଇସିଲାଟ ଠାରେ ଦ୍ୱାଦଶତମ ୨୦୨୨-୨୦୨୩ ବାର୍ଷିକ ଉସ୍ୱବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନନୀୟ ଶ୍ରୀଯୁକ୍ତ ତୁଲାରାମ କଲେତ ବିତ୍ତଅଧିକାରୀ ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ବୁର୍ଲା, ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ଭାବରେ ମାନନୀୟ ଶ୍ରୀଯୁକ୍ତ ଭକ୍ତ ଚରଣ ସାହୁ ପ୍ରାନ୍ତ ସଂପାଦକ ବିଶ୍ୱ ହିନ୍ଦୁ ପରିଷଦ ଓଡିଶା, ଶ୍ରୀଯୁକ୍ତ ଦିବ୍ୟ କିଶୋର ପଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗାଇସିଲାଟ ସଭାପତି, ସଂପାଦକ ସଂଜୟ କୁମାର ପୁରୋହିତ ଶିଶୁ ମନ୍ଦିର ର ବାର୍ଷିକ ବିବରଣୀ କରିଥିଲେ ଓ ଯୋଗଦାନ କରିଥିଲେ । ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଅଶ୍ୱିନୀ କୁମାର ବାରିକ ।ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନବୀନ କୁମାର ସାହୁ,କୁମୁଦ ଚନ୍ଦ୍ର ନାଏକ,ସୁର୍ଦଶନ ବାରିକ,ପ୍ରଦିପ ବାଗ, ଜ୍ୟୋତି ତ୍ରିବେଦୀ, ଅଜିତ କୁମାର ସାହୁ ସଂଗୀତ ରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସମସ୍ତ ଗୁରୁଜୀ ଗୁରୁମା ପରିଚାଳନା ସମିତିର ସଦସ୍ୟ ସଦସ୍ୟା ଓ ଅଭିଭାବକ ଅଭିଭାବିକା ସହଯୋଗରେ ସୁଚାରୁରୂପେ ସମାପନ ହୋଇଛି । ସର୍ବଶେଷ ରେ ଶିଶୁ ମନ୍ଦିର ର ବରିଷ୍ଠ ଗୁରୁଜୀ ବେଦବ୍ୟାସ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply