Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଧର୍ମାନ୍ତରୀକରଣ ସଭାକୁ ବିରୋଧ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଧର୍ମାନ୍ତରୀକରଣ ସଭାକୁ ବିରୋଧ


ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାରେ ଦୀର୍ଘ ଦିନ ହେବ ହିନ୍ଦୁମାନଙ୍କୁ ଧର୍ମାନ୍ତରୀକରଣ କରିବା ବହୁ ମାତ୍ରାରେ ଚାଲିଛି । କେତେକ ଖ୍ରୀଷ୍ଟିଆନ ସଂସ୍ଥା ଚଂଗାଲ ସଭା ମାଧ୍ୟମରେ ଲୋକଙ୍କ ମନରେ ଅନ୍ଧବିଶ୍ୱାସ ଜାତ କରାଇ ଯଥା- ରୋଗ ଭଲ ହୋଇଯିବ କହି ହିନ୍ଦୁ ଦେବାଦେବୀଙ୍କ ନାଁରେ ମିଥ୍ୟା ପ୍ରଚାର ଚଲାଇ ଜୋର ଜବରଦସ୍ତ ଧର୍ମାନ୍ତରୀକରଣ କରାଉଛନ୍ତି । ଆସନ୍ତା ତା-୨୬ ଓ୨୭ ଜାନୁଆରୀ ୨୦୨୩ରେ ଝାରସୁଗୁଡା ପାଣିଗ୍ରାହୀ ପ୍ରାଥ୍ରନା ସଭା କରିବା ବାହାନାରେ ଲୋକଙ୍କୁ ଭିଡ କରି ହିନ୍ଦୁମାନଙ୍କମାନଙ୍କୁ ଖ୍ରୀଷ୍ଟିଆନ ଧର୍ମରେ ଧର୍ମାନ୍ତର କରିବା ପାଇଁ ଯୋଜନା ଚଲାଇଛନ୍ତି ବୋଲି ଲୋକଲୋଚନରେ ଚର୍ଚ୍ଚା ହେଉଛି । ଏହି କଥା ବିଶ୍ୱସ୍ତ ସୂତ୍ରରୁ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ମାନଙ୍କର କର୍ଣ୍ଣଗୋଚର ହେବା ପରେ ଆମେ ଆପଣଙ୍କୁ ଅନୁରୋଧ କରୁଅଛୁ ଯେ, ଉକ୍ତ ଧର୍ମାନ୍ତରୀକରଣ ସଭାକୁ ତଦନ୍ତ କରାଯାଉ ଏବଂ ରମେଶ ନାଗ ଓ ନିରାକାର ପାଣିଗ୍ରାହୀ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ମୁ୍ୟନିସିପାଲିଟି ଅନ୍ତର୍ଗତ ‘ସାରସମାଲ’ ଫୁଟୁବଲ ପଡିଆରେ ରମେଶ ନାଗ ଓ ନିରାକାର ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ।

Leave a Reply