Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା

ନୂଆଦିଲ୍ଳୀ : ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ଆସନ୍ତା ସପ୍ତାହରେ ଅର୍ଥାô ଜାନୁଆରୀ ୨୦୨୩ ରେ ନୌସେନାରେ ସାମିଲ ହେବ INS Vagir । ମୁମ୍ବାଇର ନାଭାଲ୍ ଡକୟାର୍ଡରେ ହେବାକୁ ଥିବା ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ନୌସେନା ମୁଖ୍ୟ ଆଡମିରାଲ୍ ଆର ହରି କୁମାର । ତେବେ ଏହି ବୁଡାଜାହାଜ ବିଷୟରେ କହିବାକୁ ଗଲେ ଏହା ହେଉଛି ପଞ୍ଚମ ଡିଜେଲ ଇଲେକ୍ଟ୍ରିକ୍ ସ୍କର୍ପିନ୍ ବୁଡ଼ାଜାହାଜ । ଏହି ଶ୍ରେଣୀର ଷଷ୍ଠ ତଥା ଶେଷ ବୁଡ଼ାଜାହାଜ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତୀୟ ନୌସେନାରେ କାର୍ଯ୍ୟକ୍ଷମ ହେବ । “ପ୍ରୋଜେକ୍ଟ -୭୫’ ପ୍ରକଳ୍ପ ପାଇଁ ଭାରତ ୨୦୦୫ରେ ଫ୍ରାନ୍ସ କମ୍ପାନୀଗୁଡିକ ସହିତ ଚୁକ୍ତି କରିଥିଲା । ଏହି ବୁଡ଼ାଜାହାଜକୁ ର୍ନିଦ୍ଧାରିତ ସମୟର ମାସେ ପୂର୍ବରୁ ଅର୍ଥାôତ ୨୦ ଡିସେମ୍ବର ୨୨ରେ ଗଊଖ ଦ୍ୱାରା ଭାରତୀୟ ନୌସେନାକୁ ହସ୍ତାନ୍ତର କରାଯାଇଥିଲା । ତେବେ “ଭାଗୀର’ ବିଷୟରେ କହିବାକୁ ଗଲେ ଏହା ୦୧ ନଭେମ୍ବର ୧୯୭୩ ରେ “କମିଶନ’ କରାଯାଇଥିଲା ଏବଂ ଏହା ଅନେକ ମିଶନକୁ କାର୍ଯ୍ୟକ୍ଷମ କରିବାରେ ବେଶ୍ ସହାୟକ ହୋଇଥିଲା । ପ୍ରାୟ ତିନି ଦଶନ୍ଧି ଧରି ଦେଶ ସେବା କରିବା ପରେ ୦୭ ଜାନୁଆରୀ ୨୦୦୧ରେ ସେବାରୁ ବିରାମ ନେଇଥିଲା । ସ୍ୱଦେଶୀ ଜ୍ଞାନ କୌଶଳରେ ର୍ନିମିତ “ଭାଗୀର’ ଅତି କମ୍ ସମୟ ମଧ୍ୟରେ ର୍ନିମାଣ କାର୍ଯ୍ୟ ଶେଷ ହୋଇଛି । ଏହା ପ୍ରଥମ ଥର ଫେବୃଆରୀ ୨୨ରେ ଏହାର ପ୍ରଥମ ଯାତ୍ରା କରିଥିଲା । ଏହି ବୁଡ଼ାଜାହାଜର ଲମ୍ବ ପ୍ରାୟ ୨୨୧ ଫୁଟ ରହିଥିବା ବେଳେ ଏହାର ଏକ ବିମ୍ ୨୦ ଫୁଟ ଏବଂ ଉଚ୍ଚତା ୪୦ ଫୁଟ ରହିଛି । ସେଗୁଡିକ ୪ ଗଞଟ ୧୨ଠ ୩୯୬ ଝଋ୮୪ ଡିଜେଲ ଇଞ୍ଜିନ୍ ଦ୍ୱାରା ·ଳିତ । ଏହା ବ୍ୟତୀତ “ଭାଗୀର’ରେ ୩୬୦ଟି ବ୍ୟାଟେରୀ ସେଲ୍ ଅଛି । ସମୁଦ୍ରରେ ଏହା ଘଣ୍ଟା ପ୍ରତି ୩୭ କିଲୋମିଟର ବେଗରେ ଗତି କରିଥାଏ । ଏହା ପାଣିରେ ୫୦ ଦିନ ପର୍ଯ୍ୟନ୍ତ ବିତାଇପାରେ । ଏହାର ସର୍ବାଧିକ ଗଭୀରତା ୩୫୦ ଫୁଟ ରହିଥିବା ବେଳେ ଏଥିରେ ୮ ଜଣ ସାମରିକ ଅଧିକାରୀ ଏବଂ ୩୫ ନାବିକ ନିୟୋଜିତ ହୋଇପାରିବେ ।

Leave a Reply