Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ୱାର୍ଲଡ ରେକଡ କରିବ ଉଜ୍ଜୈନ, ଜଳିବ ୨୧ ଲକ୍ଷ ଦୀପ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ୱାର୍ଲଡ ରେକଡ କରିବ ଉଜ୍ଜୈନ, ଜଳିବ ୨୧ ଲକ୍ଷ ଦୀପ


ଉଜ୍ଜୈନ : ମଧ୍ୟପ୍ରଦେଶର ଉଜ୍ଜୈନ ସହର ନୂଆ ବିଶ୍ୱରେକର୍ଡ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି । ଗତବର୍ଷ ଅଯୋଧ୍ୟାରେ ଦୀପାବଳି ଅବସରରେ ଅକ୍ଟୋବର ୨୩ ତାରିଖ ଦିନ ସରଜୁ ନଦୀ ଘାଟରେ ୧୫ ଲକ୍ଷ ପ୍ରଦୀପ ପ୍ରଜ୍ୱଳନ କରି ବିଶ୍ୱ ରେକର୍ଡ କରାଯାଇଥିଲା, ଯାହାକୁ ଗିନିଜ୍ ବୁକ୍ ଅଫ ୱାର୍ଲଡ ରେକର୍ଡସ୍ରେ ସ୍ଥାନିତ କରାଯାଇଛି । ତେବେ ଏହି ରେକର୍ଡ ଭାଙ୍ଗି ନୂଆ ରେକର୍ଡ କରିବା ପାଇଁ ଉଜ୍ଜୈନ ଏବେ ପ୍ରସ୍ତୁତିରେ ଲାଗିପଡିଛି । ପ୍ରସ୍ତୁତି ଅନୁସାରେ ମହା ଶିବରାତ୍ରୀ ଅବସରରେ ଉଜ୍ଜୈନର କ୍ଷିପ୍ରା ନଦୀ କୂଳରେ ୨୧ ଲକ୍ଷ ପ୍ରଦୀପ ପ୍ରଜ୍ୱଳନ କରାଯିବ । ଯାହା ମନକୁ ମନ ଏକ ବିଶ୍ୱ ରେକର୍ଡ ହେବାକୁ ଯାଉଛି । ଉଜ୍ଜୈନରେ ମହା ଶିବରାତ୍ରୀ ପର୍ବରେ ‘ଶିବ ଜ୍ୟୋତି ଅର୍ପଣମ’ ମହୋତ୍ସବର ଆୟୋଜନ ହେବ । ଏହି କାର୍ଯ୍ୟକ୍ରମରେ କ୍ଷିପ୍ରାନଦୀ କୂଳରେ ୨୧ ଲକ୍ଷ ପ୍ରଦୀପ ପ୍ରଜ୍ୱଳିତ ହେବ । ଗତବର୍ଷ ମହା ଶିବରାତ୍ରୀ ଅବସରରେ କ୍ଷିପ୍ରା ନଦୀ ତଟରେ ୧୧.୭ ଲକ୍ଷ ପ୍ରଦୀପ ପ୍ରଜ୍ୱଳିତ ହୋଇଥିଲା ଓ ଏହା ସହ ଉଜ୍ଜୈନ ସହରନାମରେ ୱାର୍ଲଡ ରେକର୍ଡ ହୋଇଥିଲା । ତେବେ ଗତ ଦୀପାବଳି ଅବସରରେ ସରଜୁ ନଦୀ କୂଳରେ ୧୫ ଲକ୍ଷ ପ୍ରଦୀପ ପ୍ରଜ୍ୱଳନ କରି ଉଜ୍ଜୈନର ଏହି ରେକର୍ଡକୁ ଅଯୋଧ୍ୟା ଭାଙ୍ଗିଥିଲା । ତେବେ ଉଜ୍ଜୈନ ପୁଣି ଥରେ ଏହି ରେକର୍ଡକୁ ନିଜ ନାମରେ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛି । ମହା ଶିବରାତ୍ରୀ ଅବସରରେ କ୍ଷିପ୍ରା ନଦୀ କୂଳ ସମେତ ସହରର ସମସ୍ତ ମନ୍ଦିର, ସାର୍ବଜନିକ ସ୍ଥଳ, ବିଭିନ୍ନ କାର୍ଯ୍ୟାଳୟ ପରିସର ଓ ସହରବାସୀଙ୍କ ଦ୍ୱାରା ସେମାନଙ୍କ ଘର, ଦୋକାନ ଏବଂ ବ୍ୟବସାୟୀକ ସ୍ଥାନମାନଙ୍କରେ ପ୍ରଦୀପ ପ୍ରଜ୍ୱ କରାଯିବ । ସହରରେ ଶିବ ଜ୍ୟୋତି ଅର୍ପଣମ ମହୋତ୍ସବକୁ ଏକ ବହୁତ ବଡ ଉତ୍ସବ ଭାବେ ପାଳନ କରାଯିବ । ଏହି ଉତ୍ସବ ପାଳନ ଲାଗି ୨୫ ଲକ୍ଷ ଦୀପ ଲାଗି ଟେଣ୍ଡର ଡକାଯାଇଛି । ଏଥିଲାଗି ପାଖାପାଖି ୪୦ ଲକ୍ଷ ଟଙ୍କା ବ୍ୟୟ ହେବ । ସେହିପରି ପ୍ରଦୀପ ପ୍ରଜ୍ୱଳନ ଲାଗି ସୋରିଷ, ସୋୟାବିନ ଓ କପା ତେଲର ଉପଯୋଗ କରାଯିବ ।

Leave a Reply