ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଛତ୍ରପୁର: ଦେଶରେ ଜେହାଦୀ ଗତିବିଧି ଉପରେ ରୋକ ଲଗାଇବା ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୂଚନା ମୁତାବକ କିଛି ବର୍ଷ ହେବ ଦେଶରେ ଇସଲାମିକ ଜେହାଦୀମାନଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଯୋଜନା ପୂର୍ବକ ହିନ୍ଦୁମାନଙ୍କୁ ଆକ୍ରମଣ କରାଯାଉଛି । ପଥର ଆକ୍ରମଣ ମଧ୍ୟ କରାଯାଉଛି । ଗତ ୮ ତାରିଖରେ ଆସାମର ଲୋବିରପୁରାଠାରେ ଜଣେ ୧୬ ବର୍ଷର ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଯେଉଁଥିପାଇଁ ଦେଶର ଅନେକ ସ୍ଥାନରେ କର୍ଫୁ୍ୟ ଲାଗିବା ସହ ଉତ୍ତେଜନା ଲାଗିରହିଛି । ଖାଲି ଏତିକି ନୁହଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏବେ ବେଧଡ଼କ ଗୋ ଚାଲାଣ ମଧ୍ୟ ବୃଦ୍ଧି ପାଇଛି । ଏଣୁ ଏ ସବୁ ଉପରେ ରୋକ ଲଗାଇବା ସହ କାର୍ଯ୍ୟନୁଷ୍ଠାନ ଦାବି ନେଇ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ବଜରଙ୍ଗ ଦଳ । ଦାବିପତ୍ର ପ୍ରଦାନବେଳେ ଗଞ୍ଜାମ ଜିଲ୍ଲା ବଜରଙ୍ଗ ଦଳ ସମ୍ପାଦକ ବଳରାମ ମହାରଣା, ନନ୍ଦ କୁମାର ସାହୁ, ଅର୍ଜୁନ ବେହେରା, କୃଷ୍ଣ ରାଓ, ରାମ କୃଷ୍ଣ ରେଡି, ପ୍ରଦୀପ କୁମାର ପଟ୍ଟନାୟକ, ଅମ୍ବିକା ପ୍ରସାଦ ଦାସଙ୍କ ସମେତ ବହୁ ବଜରଙ୍ଗ ଦଳର ସଦସ୍ୟମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *