ବୁର୍ଖା ପିନ୍ଧ..ରୋଜା ରଖ ନଚେତ୍ ମୁଁ ତୁମକୁ ଏବଂ ତୁମ ପୁଅକୁ ହତ୍ୟା କରିବି: ନଦୀମ ଖାନ

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ‘ଲଭ୍ ଜିହାଦ’ର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। କମଳା ନଗର ପୋଲିସ ଷ୍ଟେସନରେ ନଦୀମ ଖାନ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଜଣେ ହିନ୍ଦୁ ମହିଳା ଅଭିଯୋଗ କରିଛନ୍ତି। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ନଦୀମ ନିଜକୁ ‘ଅମିତ’ ବୋଲି ପରିଚୟ ଦେଇ ତାଙ୍କୁ ଯୌନ ଶୋଷଣ କରିଥିଲେ।

ମହିଳା ଜଣକ କହିଛନ୍ତି ଯେ ୧୨ ବର୍ଷ ପୂର୍ବେ ତାଙ୍କ ସ୍ୱାମୀଙ୍କଠାରୁ ଛାଡପତ୍ର ପରେ ସେ ତାଙ୍କ ପୁଅ ସହିତ ରହୁଥିଲେ। ୩ ବର୍ଷ ପୂର୍ବେ, ମହିଳା ଜଣକ ବରଖେଡା ପଠାଣିର ବାସିନ୍ଦା ‘ଅମିତ’ (ନଦୀମ ଖାନ)ଙ୍କୁ ଭେଟିଥିଲେ। ନଦୀମ ଖାନ  ନିଜକୁ ହିନ୍ଦୁ ବୋଲି କହି ଏକଲାର ସୁଯୋଗ ନେଇ ତାଙ୍କୁ ଯୌନ ଶୋଷଣ କରୁଥିଲେ ଏବଂ ଗୁପ୍ତରେ ଅଶ୍ଳୀଳ ଫଟୋ ଏବଂ ଭିଡିଓ ପ୍ରସ୍ତୁତ କରୁଥିଲେ।

ଏହା ପରେ ନଦୀମ ମହିଳାଙ୍କୁ  ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଇବା ସହିତ ବରଂରୋଜା ରଖିବା, ବୁର୍ଖା ପିନ୍ଧିବା ଏବଂ ନମାଜ ପାଠ କରିବାକୁ ମଧ୍ୟ ବାଧ୍ଯକହିଥିଲେ।ଯଦି ଏହା ନକରେ ତେବେ ଫଟୋଗୁଡ଼ିକୁ ଭାଇରାଲ କରିବା ସହ  ତାଙ୍କୁ ଏବଂ ତାଙ୍କ ପୁଅକୁ ହତ୍ୟା କରିବାକୁ ଧମକ ମଧ୍ୟ ଦେଇଥିଲା।  ମହିଳା ଜଣଙ୍କ ନଦୀମର ଅସଲ ଚେହେରା ଜାଣି ସାରିବା ପରେ ୨୬ ମଇ ୨୦୨୫ରେ ସଂସ୍କୃତି ବଚାଓ ମଞ୍ଚ ସହାୟତାରେ କମଳା ନଗର ପୋଲିସ ଷ୍ଟେସନରେ ଏକ ମାମଲା ଦାୟର କରିଥିଲେ। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ନଦୀମ ଖାନଙ୍କୁ ଖୋଜିବା ଆରମ୍ଭ କରିଥିଲା। ପୋଲିସ କହିଛି ଯେ ସେମାନେ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ଜବତ କରିବେ ଏବଂ ଡିଲିଟ୍ ହୋଇଥିବା ତଥ୍ୟର ତଦନ୍ତ କରିବେ।

Leave a Reply

Your email address will not be published. Required fields are marked *