ଅପରେସନ ସିନ୍ଦୂର’ ଲଞ୍ଚ ହେବାର ୩୦ମିନିଟ୍‌ ପରେ ପାକିସ୍ତାନକୁ ଜଣାଇ ଥିଲା ଭାରତ 

ନୂଆଦିଲ୍ଲୀ : ପାକିସ୍ତାନକୁ ‘ଅପରେସନ ସିନ୍ଦୂର’ର ସୂଚନା କେବେ ଦିଆଗଲା, ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏହାକୁ ନେଇ ସୋମବାର ବଡ଼ ବୟାନ ଦେଇଛନ୍ତି। ସଂସଦୀୟ କମିଟିକୁ ସେ କହିଛନ୍ତି, ଭାରତୀୟ ସାମରିକ ଅଭିଯାନ ମହାନିର୍ଦ୍ଦେଶକ (ଡିଜିଏମଓ) ପାକିସ୍ତାନକୁ ତାଙ୍କ କ୍ଷେତ୍ରରେ ଆତଙ୍କୀ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌ କରିବା ପରେ ହିଁ ତାଙ୍କୁ ସୂଚିତ କରି ଥିଲେ। ସୂତ୍ର ଜୟଶଙ୍କରଙ୍କର ବୟାନ ଅନୁସାରେ କହିଛି, ଭାରତ ପକ୍ଷରୁ ‘ଅପରେସନ ସିନ୍ଦୂର’ ଆରମ୍ଭ ହେବାର ୩୦ ମିନିଟ୍‌ ପରେ ଇସଲାମବାଦକୁ ଆଲର୍ଟ କରାଯାଇ ଥିଲା। ଏହି ଅପରେସନରେ ପାକିସ୍ତାନ ଓ ପାକିସ୍ତାର କବଜାରେ ଥିବା କାଶ୍ମୀର (ପିଓକେ)ରେ ୯ ଆତଙ୍କୀ ଶିବିରକୁ ଟାର୍ଗେଟ୍‌ କରାଯାଇ ଥିଲା।  ଅପରେସନକୁ ୭ମେ’ର ରାତିରେ ଚଲାଯାଇ ଥିଲା।

ଏସ୍ ଜୟଶଙ୍କର ଏହା ମଧ୍ୟ କହିଛନ୍ତି ଯେ, ସେ ପାକିସ୍ତାନ ସହ କେବେ କଥା ହୋଇ ନାହାନ୍ତି। ଆମେରିକାର କଥିତ ହସ୍ତକ୍ଷେପ ବିଷୟରେ ସେ ସ୍ପଷ୍ଟ କରିଛନ୍ତି ଯେ, ସେନା ଅଭିଯାନକୁ ରୋକିବାର ନିଷ୍ପତ୍ତି ପାକିସ୍ତାନର ଅପିଲ ପରେ ଦ୍ୱିପାକ୍ଷୀୟ ଭାବେ ନିଆ ଯାଇ ଥିଲା। ମନ୍ତ୍ରୀ ବିଦେଶ ମାମଲାର ପରାମର୍ଶଦାତା କମିଟିର ସଦସ୍ୟଙ୍କୁ ସମ୍ୱୋଧିତ କରି କହିଛନ୍ତି, ଅପରେସନ ସିନ୍ଦୂରକୁ ସେତେବେଳେ ରୋକା ଗଲା , ଯେତେବେଳେ ପାକିସ୍ତାନର ଡିଜିଏମଓ ଏହାକୁ ରୋକିବା ପାଇଁ କହିଥିଲେ। ଉଭୟଙ୍କ ମଧ୍ୟରେ ଆମେରିକୀୟ ମଧ୍ୟସ୍ଥତାର କୌଣସି ପ୍ରଶ୍ନ ହିଁ ନାହିଁ। ଜୟଶଙ୍କର ଏକ୍ସରେ ବିଦେଶ ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ବୈଠକର ଅଧ୍ୟକ୍ଷତା କରି ଫଟୋ ସେୟାର କରିଛନ୍ତି। ସେ କହିଛନ୍ତି , ଅପରେସନ ସିନ୍ଦୂର ଓ ଆତଙ୍କବାଦର ସବୁ ପ୍ରକାରର ବିରୋଧରେ ଭାରତର ଶୂନ୍ୟ-ସହିଷ୍ଣୁତା ନୀତିର ଆଲୋଚନା କରିଛନ୍ତି। ଏହି ସମ୍ୱନ୍ଧରେ ଏକ ଦୃଢ ଓ ମିଳିତ ସନ୍ଦେଶ ପଠାଇବାର ମହତ୍ତ୍ୱକୁ ରେଖାଙ୍କିତ କରିଛନ୍ତି।

Leave a Reply