Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସେନାର ‘ଆତଙ୍କୀ ସଫାଇ’ ଅଭିଯାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସେନାର ‘ଆତଙ୍କୀ ସଫାଇ’ ଅଭିଯାନ


ଶ୍ରୀନଗର : ଜାମ୍ମୁକାଶ୍ମୀରରେ ସେନା ପକ୍ଷରୁ ‘ଆତଙ୍କୀ ସଫାଇ’ ଅଭିଯାନ ଚାଲୁ ରହିଛି । ପାକ୍ ତାଲିମପ୍ରାପ୍ତ ଆତଙ୍କବାଦୀ ଓ ସେମାନଙ୍କୁ ସହଯୋଗ କରୁଥିବା ସ୍ଥାନୀୟ ଦୁର୍ବୃତଙ୍କୁ ଖୋଜିଖୋଜି ଗୁଳି କରୁଛି ସେନା । ଏହି କ୍ରମରେ ଜାମ୍ମୁକାଶ୍ମୀରରେ ବଡ଼ଗ୍ରାମରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । କାଶ୍ମୀର ଘାଟିରେ ଆତଙ୍କବାଦୀମାନେ ହିନ୍ଦୁ ପରିବାରକୁ ଟାର୍ଗେଟ କରିବା ସହ ଖୋଜିଖୋଜି ହତ୍ୟା କରୁଛନ୍ତି । ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆତଙ୍କବାଦ ଉପରେ ଅନୁଷ୍ଠିତ ଏକ ଜରୁରି ବୈଠକରେ ଯୋଗ ଦେଇ ଆତଙ୍କବାଦୀମାନଙ୍କୁ ନିପାତ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଜାନୁୟାରୀ ୧୭ ତାରିଖ ଦିନ ବଡ଼ ଗ୍ରାମରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଚାଲୁ ରହିଥିବା ବେଳେ ବଡ଼ଗ୍ରାମ ଅଦାଲତ ପରିସରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ନିହତ ହୋଇଥିବା ୨ ଆତଙ୍କବାଦୀ ହେଲେ ପୁଲୱାମାର ଆରୱାଜ ମୀର ଏବଂ ସାହିଦ ଶେଖ । ସୁରକ୍ଷାକର୍ମୀ ଏକ ସନେ୍ଦହଜନକ ଗାଡ଼ିକ ଅଟକାଇ ଯାଂଚ କରୁଥିବାବେଳେ ହଠାତ୍ ଆତଙ୍କବାଦୀମାନେ ଗୁଳିଚାଳନା କରିଥିଲେ । ସୁରକ୍ଷାକର୍ମୀ ଏହାର ପାଲଟା ଜବାବ ଦେଇଥିଲେ । ନିହତ ଆତଙ୍କବାଦୀଙ୍କ ନିକଟର ବିପୁଳ ପରିମାଣର ଗୋଳାବାରୁଦ ଜବତ କରାଯାଇଛି । ଏହି ଘଟଣା ପରେ ସୁରକ୍ଷାକର୍ମୀ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

Leave a Reply