ଜଳେଶ୍ୱର ଅଧିବକ୍ତା ପରିଷଦ ତରଫରୁ ପ୍ରତି ଶନିବାରରେ ଆଇନ୍ ସହାୟତା ଶିବିର


ଜଳେଶ୍ୱର: ଜଳେଶ୍ୱର ଅଂଚଳର ଲୋକମାନଙ୍କୁ ନ୍ୟାୟ ଲାଗି ଜଳେଶ୍ୱର ଅଧିବକ୍ତା ପରିଷଦ ପ୍ରତ୍ୟେକ ଶନିବାରରେ ଆଇନ୍ ସହାୟତା ଶିବିର କୋର୍ଟ ପରିସର ମଧ୍ୟରେ ସ୍ଥିର କରିଛି । ଫଳରେ ଗରିବ ଲୋକମାନେ ବିନା ଅର୍ଥରେ ସହାୟତା ପାଇପାରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି । ପରିଷଦର ସଭାପତି ରାମଚନ୍ଦ୍ର ଜେନା ଅଧ୍ୟକ୍ଷତା କରି ଦେଶରେ ୧୬୦ତମ ବିବେକାନନ୍ଦ ଜନ୍ମ ଜୟନ୍ତୀ ପାଳିତ ହେଉଥିବା ଅବସରରେ ପରିଷଦରେ ଆଲୋଚନା ହୋଇଥିଲା । ଅଖିଳ ଭାରତୀୟ ଅଧିବକ୍ତା ପରିଷଦ ସେବା, ତ୍ୟାଗ, ରାଷ୍ଟ୍ରିୟତାର ନ୍ୟାୟ କେନ୍ଦ୍ର ହୋଇଥିବାରୁ ରାଷ୍ଟ୍ରିୟ ଚେତନାରେ ଉଦ୍ବୃଦ୍ଧ ହେବାକୁ ସଭାପତୀ ଶ୍ରୀ ଜେନା, ସଂପାଦକ ବ୍ୟମକେଶ ମଣ୍ଡଳ, ସଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ଅରୁପ କୁମାର ଜେନା, ସତ୍ୟନାରାୟଣ ଦାସ, ଶ୍ରଦ୍ଧଦେବୀ ଭଂଜ, ବିଶ୍ୱବିନୋଦ ଭଂଜ, ଗଣେଶ ମାଇତି, ବିନୟ କୁମାର ନନ୍ଦି ପ୍ରମୁଖ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥିଭାବେ ଜିଲା ସଂଘ ଚାଳକ ଝୁନୁ ଭାଇ ଓ ଡ. ଅଜିତ୍ କୁମାର ମହାନ୍ତି ଯୋଗ ଦେଇ ଅଭିବକ୍ତା ପରିଦେର କାର୍ଯ୍ୟକ୍ରମ ଓ ନିତି ଆଦର୍ଶ ସଂପର୍କରେ ସୂଚାଇ ଥିଲେ ।

Leave a Reply

Your email address will not be published. Required fields are marked *