Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବ୍ରଜରାଜନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବ୍ରଜରାଜନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ


ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପରିଚାଳନା କମିଟିର ସଭାପତି ଗୋବିନ୍ଦ ସିଂହଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା । ଏହି ସଭାରେ ପ୍ରଧାନ ଆଚାର୍ଯ୍ୟ ଯୋଗେନ୍ଦ୍ର ନାଥ ଠାକୁର୍ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ଦେଇଥିଲେ । ସମ୍ପାଦକ ସାହେବ ରାଓ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବରଗଡ ସାଂସଦ ସୁରେଶ ପୂଜାରୀ ମୁଖ୍ୟ ଅତିଥି , ଭାବେ ଯୋଗଦେଇ ଥିବା ବେଳେ, ସମ୍ମାନୀୟ ଅତିଥି ଭାବେ ଅଶୋକ ଗାନ୍ଧୀ, ମୁଖ୍ୟ ବକ୍ତା ଭାବେ ବ୍ରଜରାଜନଗର କଲେଜ ଡ ଋତୁପର୍ଣ୍ଣା ମହାନ୍ତି, ମଞ୍ଚା ସିନ ଥାଇ ନିଜ ନିଜ ଅଭିଭାଷଣ ଦେଇଥିଲେ । ଏହି ଅବସରରେ ସ୍କୁଲର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲ । ସଭା ପରେ ସାଂସ୍କୃତିକ କାର୍ଯକ୍ରମ, ନାଟକ ଶିଶୁମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲା ପ୍ରମୁଖ ବିଜୟ ଦାସ, ସଙ୍କୁଳ ପ୍ରମୁଖ ଯୋଗେଶ ପ୍ରଧାନ, ଓ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ସ୍ଥାନୀୟ ବିଦ୍ୟାଳୟର ପରିଚାଳନା କମିଟିର ଉପ ସଭାପତି ଜୟନ୍ତ ବାରିକ, ସହ ସମ୍ପାଦକ ବିଜୟ କୁମାର ସାହୁ, କୋଷାଧ୍ୟକ୍ଷ କୋଶଳ ଶିତାନୀ, ସଭ୍ୟା ନେତ୍ର ମଣି ପ୍ରଧାନ, ସଭ୍ୟା ପ୍ରିୟଙ୍କା ସରାଫ ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକା ଉପସ୍ଥିତ ଥାଇ ବିଶେଷ ଭାବରେ ସହଯୋଗ କରିଥିଲେ ।

Leave a Reply