ଅନୁଗୋଳରେ ଦେବର୍ଷି ନାରଦ ଜୟନ୍ତୀ ପାଳିତ

ଅନୁଗୋଳରେ ଦେବର୍ଷି ନାରଦ ଜୟନ୍ତୀ ପାଳିତ

ଅନୁଗୋଳ, ତା ୨୫. ୦୬. ୨୦୨୫ ରବିବାର ସନ୍ଧ୍ୟା ୭ ଘଟିକା ସମୟରେ ସ୍ଥାନୀୟ “ବ୍ଲାକ ଡାଇମଣ୍ଡ” ପ୍ରେକ୍ଷାଳୟରେ ବିଶ୍ୱ ସମ୍ବାଦ କେନ୍ଦ୍ର ଆନୁକୂଲ୍ୟରେ ସୃଷ୍ଟିର ଆଦ୍ୟ ସାମ୍ବାଦିକ ଦେବର୍ଷି ନାରଦ ଜୟନ୍ତୀ ପାଳିତ ହୋଇ ଯାଇଛି। ସମାଜସେବୀ ଶ୍ରୀ ବିଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରଫେସର ଶାନ୍ତନୁ କୁମାର ସର (ମୁଖ୍ୟ ଅତିଥି ), ଅଜିତ କୁମାର ଧର ଓ ଶ୍ରୀ ଦ୍ୱାରିକା ପ୍ରସାଦ ନନ୍ଦ (ସମ୍ମାନିତ ଅତିଥି )ଭାବେ ଯୋଗଦାନ କରି ନିଜ ନିଜର ମନ୍ତବ୍ୟ ରଖିଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ଦେବର୍ଷି ନାରଦଙ୍କ ଫଟୋ ଚିତ୍ର ସମ୍ମୁଖରେ ଅତିଥିଗଣ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଅତିଥି ମାନଙ୍କୁ ଶ୍ରୀ ଗୋପାଳ ମୁନ୍ଦ୍ରା, ଶ୍ରୀ ଅନିଲ ମହାନ୍ତି, ଶ୍ରୀ ଅମିୟ କୁମାର କର ଓ ଶ୍ରୀ ଗୋପାଳ ଅଗ୍ରୱାଲ ଅଙ୍ଗବସ୍ତ୍ର ଓ ନାରିକେଳ ପ୍ରଦାନ କରି ସମ୍ମାନିତ କରିଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସାମ୍ବାଦିକ ସଙ୍ଘ (OUJ ) ର ସଭାପତି ଶ୍ରୀ ଅଜିତ ଧର ଏହି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସହିତ ସାମ୍ବାଦିକ ମାନେ ସକାରାତ୍ମକ ସାମ୍ବାଦ ପରିବେଷଣ କରିବା ଓ ଗଣତନ୍ତ୍ରର ସୁରକ୍ଷା ର ଜାଗ୍ରତ ପ୍ରହରୀ ହେବାକୁ ଆହ୍ୱାନ ଦେଇଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରିଷ୍ଠ ଅଧିବକ୍ତା ଓ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶ୍ରୀ ଦ୍ୱାରିକା ପ୍ରସାଦ ନନ୍ଦ ନିଜ ବକ୍ତବ୍ୟରେ ଏହି କାର୍ଯ୍ୟକ୍ରମ ସାମ୍ବାଦିକ ମାନଙ୍କ ରାଷ୍ଟ୍ରୀୟ କର୍ତ୍ତବ୍ୟ ସମ୍ପାଦାନ ଦିଗରେ ଦିଗବାରେଣି ହେବ ବୋଲି ମତ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ପ୍ରଫେସର ଶ୍ରୀ ଶାନ୍ତନୁ ସର ବିଶଦ ଭାବେ ସାମ୍ବାଦିକତାର ପ୍ରବାହରେ ଦେବର୍ଷି ନାରଦଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରି ସମାଜରେ ଶାନ୍ତି ପ୍ରତିଷ୍ଠା କରିବା ଓ ରାଷ୍ଟ୍ରର ସୁରକ୍ଷା କରିବାରେ ସାମ୍ବାଦିକ ମାନଙ୍କର ଭୂମିକା ବିଷୟରେ ତଥ୍ୟ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ଇଂ. ସତ୍ୟଜିତ ନାୟକ ବିଶ୍ୱ ସାମ୍ବାଦ କେନ୍ଦ୍ର ସମ୍ପର୍କୀୟ ସୂଚନା ପ୍ରଦାନ କରିଥିଲେ। ଅଖିଳ ଭାରତୀୟ ସାହିତ୍ୟ ପରିଷଦର ରାଜ୍ୟ ସାମ୍ପାଦକ ଶ୍ରୀ ରାମକୃଷ୍ଣ ତ୍ରିପାଠୀ ସଭା ପରିଚାଳନା ସହିତ, ଅତିଥି ପରିଚୟ ଓ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply