ବିଶ୍ୱ ସମ୍ବାଦ କେନ୍ଦ୍ର କେନ୍ଦ୍ରାପଡ଼ା ଜିଲ୍ଲା ପକ୍ଷରୁ   ଆଦ୍ୟ ସାମ୍ବାଦିକ ମହର୍ଷି ନାରଦଙ୍କ ଜୟନ୍ତୀ ପାଳିତ

ବିଶ୍ୱ ସମ୍ବାଦ କେନ୍ଦ୍ର କେନ୍ଦ୍ରାପଡ଼ା ଜିଲ୍ଲା ପକ୍ଷରୁ   ଆଦ୍ୟ ସାମ୍ବାଦିକ ମହର୍ଷି ନାରଦଙ୍କ ଜୟନ୍ତୀ ପାଳିତ

 ପଟ୍ଟାମୁଣ୍ଡାଇ : ବିଶ୍ୱ ସମ୍ବାଦ କେନ୍ଦ୍ର କେନ୍ଦ୍ରାପଡ଼ା ଜିଲ୍ଲା ପକ୍ଷରୁ ପଟ୍ଟାମୁଣ୍ଡାଇ ସରସ୍ବତୀ ଶିଶୁମନ୍ଦିର ରେ ବିଶ୍ୱର ଆଦ୍ୟ ସାମ୍ବାଦିକ ମହର୍ଷି ନାରଦ ଙ୍କ ଜୟନ୍ତୀ ପାଳିତ ହୋଇଛି l ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ପ୍ରଦୀପ ନାୟକ, ମୁଖ୍ୟ ବକ୍ତା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଜିଲ୍ଲା ସହ ସଂଘଚାଳକ, ରାଷ୍ଟ୍ରୀୟ ବିଚାର ପ୍ରବକ୍ତା ତଥା ବରିଷ୍ଠ ଆଇନୀଜିବି ସଞ୍ଜୟ ପତ୍ରୀ ଯୋଗଦେଇ ମହର୍ଷି ନାରଦ ମୁନିଙ୍କ ସାମ୍ବାଦିକତା ଓ ଆଜିର ସାମ୍ବାଦିକତା ମଧ୍ୟରେ ଥିବା ପ୍ରାର୍ଥକ୍ୟ ବିଷୟରେ ମାର୍ଗ ଦର୍ଶନ କରିଥିଲେ l ସାମ୍ବାଦିକତା ରାଷ୍ଟ୍ର ର ଉନ୍ନତି ପାଇଁ ହେବା ନିତାନ୍ତ ଆବଶ୍ୟକ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମ ରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଜିଲ୍ଲା କାର୍ଯ୍ୟବାହ ବିନୋଦ ବିହାରୀ ଦାସ,ସାମ୍ବାଦିକ
ପତିତପାବନ ଭଦ୍ର,ହିମାଂଶୁ ନାୟକ, ବିଭୂପ୍ରସାଦ ମହାନ୍ତି,ଧୀରେନ୍ଦ୍ର ମଲ୍ଲିକ, ସୁଶାନ୍ତ ନାୟକ, ସୂର୍ଯ୍ୟ ନାରାୟଣ ଦାଶ, ମାତୃଦତ୍ତ ମହାନ୍ତି, ହିମାଦ୍ରୀ ମାଝୀ, ରଞ୍ଜନ ସାହୁ, କୁମାରେଶ ନାୟକ, କଳ୍ପତରୁ ନାୟକ, ଅକ୍ଷୟ ସାହୁ, ଅନିଲ ଚୌଧୁରୀ, ଉପେନ୍ଦ୍ର ନାୟକ,ପ୍ରତାପ ପାଢ଼ୀ,ଦୀପକ ନାୟକ,ବିରଞ୍ଚି ନାରାୟଣ ଦାସ, ଶ୍ରୀମନ୍ତ ଦାସ,ବିଚିତ୍ରାନନ୍ଦା ବେହେରା,ମଳୟ କୁମାର ସାହୁ, ବୀରେନ୍ଦ୍ର ଦାସ, ସୁଧାଂଶୁ ଭୂଷଣ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ l

Leave a Reply

Your email address will not be published. Required fields are marked *