କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଦେବର୍ଷି ନାରଦ
ଜୟନ୍ତୀବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶିକ୍ଷା ନିକେତନ ପରିସର ମଧ୍ୟରେ ଦେବର୍ଷି ନାରଦ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି l ପ୍ରମୋଦ କୁମାର ଦଣ୍ଡସେନା ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥୁ ଭାବେ ସାଂସଦ ପ୍ରତିନିଧୂ ଆଦିକନ୍ଦ ପଟ୍ଟନାୟକ ମୂଖ୍ୟ ବକ୍ତା ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ସାହୁ ଯୋଗଦେଇ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥ୍ ଭାବେ ରାଷ୍ଟ୍ରୀୟ ସ୍ୱୟସେବକ ସଂଘ ର ବ୍ୟବସ୍ଥା ପ୍ରମୁଖ କାଳନ୍ଦୀ ଚରଣ ପଣ୍ଡା ଶିକ୍ଷା ନିକେତନ ର ପ୍ରତିଷ୍ଠାତା ରାଜ କିଶୋର ପାଢ଼ୀ, ଅବସର ପ୍ରାପ୍ତ ଶିକ୍ଷକ ତଥା ଏକଲ ବିଦ୍ୟାଳୟ ର ଉପଦେଷ୍ଟା କୈଳାସ ଚନ୍ଦ୍ର ବେହେରା,ଶିକ୍ଷକ ତୀର୍ଥବାସୀ ଘଡେଇ ପ୍ରମୁଖ ଯୋଗଦେଇଥିଲେ l ଦେବର୍ଷି ନାରଦ ନିର୍ଭିକ ଓ ସତ୍ୟନିଷ୍ଠ ଥିଲେ l ସତ୍ୟ, ତ୍ରେତୟା, ଦ୍ଵାପର ଯୁଗରେ ତ୍ରିଭୁବନର ସବୁ ସ୍ଥାନରେ ମନ ଯାନରେ ପରିଭ୍ରମଣ କରି ଦେବ, ଦାନଵ ସମସ୍ତ ଙ୍କ ନିକଟରେ ପହଞ୍ଚି ଖବର ପରିବେଷଣ କରୁଥିଲେ l ଦେବର୍ଷି ନାରଦ ହେଉଛନ୍ତି ଆଦ୍ୟ ସାମ୍ବାଦିକ । ତେଣୁ ସେ ହେଉଛନ୍ତି ସାମ୍ବାଦିକତାର ପ୍ରତୀକ ତଥା ସାମ୍ବାଦିକଙ୍କ ଆଦର୍ଶ ଅଟନ୍ତି I ତେଣୁ ଦେବର୍ଷି ନାରଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମସ୍ତ ସାମ୍ବାଦିକ କାର୍ଯ୍ୟ କରିବାକୁ ଅତିଥିମାନେ ପରାମର୍ଶ ଦେଇଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷକ ତିର୍ଥବାସୀ ଘଡେଇ ସଂଯୋଜନା କରିଥିଲେ I