ବଡ଼ପୁଅ ତେଜ ପ୍ରତାପଙ୍କୁ ଦଳରୁ ବହିଷ୍କାର କଲେ ବାପା ଲାଲୁ ଯାଦବ

ପାଟନା: : ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ରୁ ବହିସ୍କାର ହେଲେ ତେଜପ୍ରତାପ ଯାଦବ। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ତାଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କୁ ଦଳରୁ ୫ ବର୍ଷ ପାଇଁ ବହିସ୍କାର କରିଛନ୍ତି। ତାଙ୍କର ଦାଯିତ୍ୱହୀନ ଆଚରଣ ଓ ପାରିବାରିକ ମୂଲ୍ୟବୋଧ ତଥା ସାର୍ବଜନିକ ଶିଷ୍ଠାଚାରରୁ ସେ ବିତ୍ୟୁଚି ହୋଇଥିବା ତାଙ୍କୁ ଦଳରୁ ବହିସ୍କାର କରାଯାଇଥିବା ଲାଲୁ ଯାଦବ କହିଛନ୍ତି। 

ପ୍ରକୃତରେ ଗତକାଲି ଲାଲୁ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ ଫେସବୁକରେ ଅନୁଷ୍କା ଯାଦବଙ୍କ ସହ ତାଙ୍କର ଦୀର୍ଘକାଳୀନ ସମ୍ପର୍କ ବିଷୟରେ ଘୋଷଣା କରିଥିଲେ। ଅନୁଷ୍କାଙ୍କୁ ସେ ଗତ ୧୨ ବର୍ଷ ଧରି  ଭଲ ପାଉଥିଲେ ଓ ତାଙ୍କ ସମ୍ପର୍କରେ ଥିଲେ ବୋଲି ଫେସ୍‌ବୁକ ପୋଷ୍ଟରେ ଲେଖିଥିଲେ। ଏହାର ଦିନକ ପରେ ବାପା ଲାଲୁ ଯାଦବ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। 

ତାଙ୍କ ନିଷ୍ପତ୍ତି ସମ୍ପର୍କରେ ସୋସିଆଲ ମିଡିଆରେ ଘୋଷଣା କରି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଲେଖିଛନ୍ତି ବ୍ୟକ୍ତିଗତ ଜୀବନରେ ନୈତିକ ମୂଲ୍ୟବୋଧକୁ ଅଣଦେଖା କରିବା ସାମାଜିକ ନ୍ୟାୟ ପାଇଁ ଦଳର ସାମୂହିକ ସଂଘର୍ଷକୁ ଦୁର୍ବଳ କରିଥାଏ। ତେଜ ପ୍ରତାପଙ୍କ ଆଚରଣ ପାରିବାରିକ ମୂଲ୍ୟବୋଧ କିମ୍ବା ପରମ୍ପରା ସହିତ ସଙ୍ଗତ ନଥିଲା। ତେଣୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଲାଲୁ ଲେଖିଛନ୍ତି। 

Leave a Reply

Your email address will not be published. Required fields are marked *