ଭାରତ ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି

ଭାରତ ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି 
ନୂଆଦିଲ୍ଲୀ: ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ବି ଭି ଆର୍‌ ସୁବ୍ରମଣ୍ୟମ କହିଛନ୍ତି ଯେ ଭାରତ ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ହୋଇପାରିଛି। ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ଦଶମ ବୈଠକ ପରେ ସୁବ୍ରହ୍ମଣ୍ୟମ କହିଛନ୍ତି ଯେ ଏବେ ଆକଳନ କରାଯାଉଛି ଯେ ଆଗାମୀ ୩୦ ରୁ ୩୬ ମାସ ମଧ୍ୟରେ ଭାରତ ଜର୍ମାନୀକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ପାଲଟିବ। ଏହାର ଅର୍ଥ ହେଉଛି ୨୦୨୭-୨୦୨୮ ବର୍ଷରେ, ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି କିମ୍ବା ହେବ। ପରେ ଭାରତର ଅର୍ଥନୀତି ୫ ଟ୍ରିଲିୟନ ଡଲାରରୁ ଅଧିକ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ସମୟରେ IMF ଠାରୁ ବିଶ୍ୱ ବ୍ୟାଙ୍କ ପର୍ଯ୍ୟନ୍ତ ଲାଗି ରହିଥିବା ଅନିଶ୍ଚିତତାକୁ ବିଚାରକୁ ନେଇ ସମସ୍ତେ ଭାରତର ଅଭିବୃଦ୍ଧି ୬ ପ୍ରତିଶତରୁ ଅଧିକ ହେବ ବୋଲି ଧରି ନେଉଛନ୍ତି। ଯାହା ବିଶ୍ୱର ସମସ୍ତ ପ୍ରମୁଖ ଅର୍ଥନୀତି ମଧ୍ୟରେ ସବୁଠାରୁ ଦ୍ରୁତ। ଏହି କାରଣରୁ ଭାରତ ଆଗାମୀ ୩୦ ରୁ ୩୬ ମାସ ମଧ୍ୟରେ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହୋଇପାରେ। ସାମଗ୍ରିକ ଭାବରେ ବିଶ୍ୱ ଏବଂ ଅର୍ଥନୈତିକ ପରିବେଶ ଭାରତ ପାଇଁ ଅନୁକୂଳ। ଏବେ ଆମେ ଚତୁର୍ଥ ବୃହତ୍ତମ ଅର୍ଥନୀତି। ଆମେ ୪୦୦୦ ବିଲିୟନ ଡଲାରର ଅର୍ଥନୀତି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF)ର ତଥ୍ୟକୁ ଉଦ୍ଧୃତ କରି ସୁବ୍ରମଣ୍ୟମ କହିଛନ୍ତି ଯେ ଆଜି ଭାରତର ଅର୍ଥନୀତି ଜାପାନ ଅପେକ୍ଷା ବଡ଼।

Leave a Reply

Your email address will not be published. Required fields are marked *