Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ରବାସୀ ଭାରତୀୟ "ଭାରତର ପ୍ରକୃତ ରାଜଦୂତ' - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରବାସୀ ଭାରତୀୟ “ଭାରତର ପ୍ରକୃତ ରାଜଦୂତ’


ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇନ୍ଦାରରେ “ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ’ ରେ ଉଦ୍ବୋଧନ ଦେଇ କହିଥିଲେ ଯେ ଗତବର୍ଷ ଦେଶକୁ ଅଧିକ ଅର୍ଥ ପଠାଇଛନ୍ତି ପ୍ରବାସୀ ଭାରତୀୟ । ଦେଶର ବିକାଶରେ ପ୍ରବାସୀ ଭାରତୀୟଙ୍କ ଯାଗଦାନ ମହତ୍ୱପୂର୍ଣ୍ଣ । କୋଭିଡ ମହାମାରୀ ଆରମ୍ଭ ହେବା ପରେ ୨୦୨୨ ରେ ପ୍ରବାସୀ ଭାରତୀୟ ବିଦେଶରୁ ଦେଶକୁ ପ୍ରାୟ ୧୦୦ ବିଲିୟନ ଡଲାର ପଠାଇଛନ୍ତି ଯାହା ୨୦୨୧ ତୁଳନାରେ ୧୨ ପ୍ରତିଶତ ଅଧିକ । ପ୍ରବାସୀ ଭାରତୀୟ “ଭାରତର ପ୍ରକୃତ ରାଜଦୂତ’ ଅଟନ୍ତି । ପ୍ରବାସୀ ଭାରତରେ ନିର୍ମିତ ଉତ୍ପାଦ ଏବଂ ସେବାର ବ୍ୟବହାର କରନ୍ତୁ ଫଳରେ ଦେଶର ବିଭିନ୍ନ ବ୍ରାଣ୍ଡର ଦୁନିଆରେ ପ୍ରଚାର ହୋଇପାରିବ । ସରକାର ବହୁରାଷ୍ଟ୍ରୀୟ କମ୍ପାନୀଙ୍କୁ ଭାରତରେ କାରଖାନା ଲଗାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ସେ ସୂଚନା ପ୍ରଯୁକ୍ତିବିଦ୍ୟା, ଡିଜିଟାଲ ଟେକନୋଲଜୀ, ଅଟାମୋବାଇଲ୍, ସେମିକଣ୍ଡକ୍ଟର ଡିଜାଇନ୍, ଔଷଧ ନିର୍ମାଣ ଏବଂ ଅନ୍ୟ କ୍ଷେତ୍ରରେ ଭାରତୀୟ ଅଭିଜ୍ଞତାର ଉଦାହରଣ ଦେଇ କହିଛନ୍ତି, ଦେଶ ଜ୍ଞାନ ଏବଂ ପ୍ରଗତିକୁ ନେଇ ବିଶ୍ୱ ସ୍ତରରେ ଉଭା ହୋଇଛି ।

Leave a Reply