Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଶ୍ୱର କ୍ଷୁଦ୍ରତମ ହକି ଷ୍ଟିକ୍ ତିଆରି କଲେ ସତ୍ୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଶ୍ୱର କ୍ଷୁଦ୍ରତମ ହକି ଷ୍ଟିକ୍ ତିଆରି କଲେ ସତ୍ୟ


ବ୍ରହ୍ମପୁର: ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ମହାରଣା ନିଜ ହାତରେ ତିଆରି କରିଛନ୍ତି ବିଶ୍ୱର ଦୁଇଟି ସର୍ବକ୍ଷୁଦ୍ର ହକିଷ୍ଟିକ୍ । କାଠରେ ତିଆରି କରିଥିବା ୨ଟି ହକିଷ୍ଟିକ୍ ମଧ୍ୟରୁ ଗୋଟିଏର ଉଚ୍ଚତା ୫ ଏମଏମ ଓ ଓସାର ୧ ଏମଏମ ରହିଥିବା ବେଳେ ଅନ୍ୟଟିର ଉଚ୍ଚତା ୧ ସିଏମ୍ ଓ ଓସାର ୧ଏମଏମ ରହିଛି । ସତ୍ୟ ତାହାକୁ ରଙ୍ଗ ଦେଇ ଖୁବ୍ ସୁନ୍ଦର ଭାବେ ତିଆରି କରିଛନ୍ତି । ଏହି ଦୁଇଟି ହକି ଷ୍ଟିକ୍ ତିଆରି କରିବାକୁ ସତ୍ୟଙ୍କୁ ୩୦ମିନିଟ୍ ସମୟ ଲାଗିଛି । ଏହା ଆଗାମୀ ଦିନରେ ଏସିଆ ବୁକ୍ ଅଫ୍ ରେକର୍ଡସ୍ ସହ ଅନ୍ୟେକ ରେକର୍ଡସ୍ କରିବ ବୋଲି ଆଶା ରଖିଛନ୍ତି ସତ୍ୟ । ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ବର୍ଷର ପୁରୁଷ ହକି ବିଶ୍ୱକପ୍ର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ଅବସରରେ ଲୋକଙ୍କୁ ଜାତୀୟ କ୍ରୀଡା ହକିକୁ ନେଇ ଏହା ଏକ ଛୋଟିଆ ସଚେତନତା ବାର୍ତା ପ୍ରଦାନ କରିବ ବୋଲି ସତ୍ୟ କହିଛନ୍ତି ।

Leave a Reply