Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କାଙ୍ଗାଳ ସ୍ଥିତିରେ ପାକିସ୍ତାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କାଙ୍ଗାଳ ସ୍ଥିତିରେ ପାକିସ୍ତାନ

ସାରା ବିଶ୍ୱକୁ ମାଗୁଛି ସହାୟତା

ଇସ୍ଲାମାବାଦ: ପାକିସ୍ତାନ ପୁଣିଥରେ ଆର୍ଥିକ ସଂକଟ ଭିତରକୁ ଠେଲି ହୋଇଯାଇଛି । ପୂରା କାଙ୍ଗାଳ ସ୍ଥିତିରେ ପାକିସ୍ତାନ । ମୁଦ୍ରାସ୍ପୀତି ୨୫% ବୃଦ୍ଧି ପାଇଛି । ବିଦେଶୀ ମୁଦ୍ରା ଭଣ୍ଡାରରେ କେବଳ ୪୧ ହଜାର କୋଟି ଟଙ୍କା ରହିଛି ଯାହା କେବଳ ୩ ସପ୍ତାହର ଆମଦାନୀ ବିଲ୍ ପୈଠ କରାଯାଇପାରିବ । ଏହା ଗତ ୮ ମାସରେ ସର୍ବନିମ୍ନ ଥିବା କୁହାଯାଇଛି । ଏଭଳି ଦୟନୀନ ଅବସ୍ଥାକୁ ଦେଖି ପାକିସ୍ତାନ ଏବେ ଆଇଏମ୍ଏଫ୍, ଚୀନ୍ ଓ ସାଉଦି ଆରବର ସହାୟତାକୁ ଚାହିଁ ରହିଛି । ୫ ଜାନୁଆରୀ ୨୦୨୩ରେ ‘ଦ ଗାର୍ଡିୟନ୍’ରେ ପ୍ରକାଶିତ ଏକ ଆର୍ଟିକିଲ୍ରେ ଦର୍ଶାଯାଇଥିଲା ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ୍ ସାରା ବିଶ୍ୱର ପ୍ରତିଟି ଦେଶକୁ ସହାୟତା ପାଇଁ ଅପିଲ୍ କରିଛନ୍ତି । ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇଶାକ୍ ଦାର୍ ବି ପ୍ରେସ୍ କନ୍ଫରେନ୍ସ କରି କହିଛନ୍ତି ଯେ ସାଉଦି ଆରବ ଠାରୁ କିଛିଦିନ ମଧ୍ୟରେ ଅର୍ଥ ମିଳିବ । ସେହିପରି ମଙ୍ଗଳବାର ସାଉଦିର କ୍ରାଉନ୍ ପ୍ରିନ୍ସ ମୋହମ୍ମଦ ବିନ୍ ସଲମାନ୍ ପାକିସ୍ତାନରେ ୧୦ ଆରବ ଡଲାର ନିବେଶ ଉପରେ ବିଚାର କରିବେ ବୋଲି କହିଛନ୍ତି । ଏହାପୂର୍ବରୁ ଅର୍ଥାତ ମଇ ୨୦୨୨ରେ ସାଉଦି ଆରବ ଯାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ୍ ସାଉଦିରୁ ମୋଟ ୮ ଆରବ ଡଲାରର ସହାୟତା ପ୍ୟାକେଜ୍ ଆଣିବାରେ ସମର୍ଥ ହୋଇଥିଲେ ।

Leave a Reply