Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୧୨ରେ ଜାତୀୟ ଯୁବ ଉତ୍ସବ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୧୨ରେ ଜାତୀୟ ଯୁବ ଉତ୍ସବ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

’ ନୂଆଦିଲ୍ଳୀ: ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଚଳିତ ଜାନୁୟାରୀ ମାସ ୧୨ ତାରିଖରେ କର୍ଣ୍ଣାଟକର ହୁବୁଲ୍ିଠାରେ ଆୟୋଜିତ ଜାତୀୟ ଯୁବ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିବେ । ଆଜି ନୂଆଦିଲ୍ଲୀଠାରେ କନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଷଡବିଂଶ (୨୬ତମ) ଜାତୀୟ ଯୁବ ଉତ୍ସବ ଏଥର କର୍ଣ୍ଣାଟକର ଧାରୱାଡ ଜିଲ୍ଲା ଅନ୍ତର୍ଗତ ହୁବୁଲ୍ିଠାରେ ଆୟୋଜିତ ହେଉଛି । ସ୍ୱାମିଜୀଙ୍କ ଜୟନ୍ତୀ ଜାନୁୟାରୀ ୧୨ରୁ ଏହା ଆରମ୍ଭ ହୋଇ ୧୬ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଉତ୍ସବ କନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହେଉଛି । କର୍ଣ୍ଣାଟକ ସରକାର ଏହି କାର୍ଯ୍ୟକ୍ରମ ଆୟୋଜନରେ ସହାୟତା ଯୋଗାଉଛନ୍ତି । ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି ଯେ ଆମେ ଏବେ ଆଜାଦିର ଅମୃତ ମବହାତ୍ସବ ପାଳନ କରୁଛୁ । ଏହି ଅମୃତ କାଳରେ ଯୁବ ସମାଜର ଭୂମିକାକୁ ବଢାଇ ସେମାନଙ୍କୁ ରାଷ୍ଟ୍ର ନିର୍ମାଣ ଦିଗରେ ବ୍ରତୀ କରିବା ଏହି ଉତ୍ସବର ଲକ୍ଷ୍ୟ । ଅତଏବ ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ‘ପଞ୍ଚପ୍ରାଣ’ ବାର୍ତ୍ତା ଯୁବବର୍ଗଙ୍କ ମଧ୍ୟରେ ପ୍ରଚାର ଓ ପ୍ରସାର କରିବା ପାଇଁ ଉଦ୍ୟମ କରାଯାଉଛି । ଏ ସମ୍ପର୍କରେ ଅଧିକ ତଥ୍ୟ ପ୍ରଦାନ କରି ସେ କହିଛନ୍ତି ଯେ ଚଳିତବର୍ଷ ଭାରତ ଜି-୨୦ ଅଧ୍ୟକ୍ଷ ପଦ ଗ୍ରହଣ କରିଛି । ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ । ଏଥିପାଇଁ କ୍ରୀଡା ଓ ଯୁବ ସେବା ମନ୍ତ୍ରଣାଳୟ ପକ୍ଷରୁ ଦେଶ ବ୍ୟାପୀ ‘ୱାଇ ଟକ୍ସ’ ଆୟୋଜନ କରାଯାଉଛି । ଏଥିରେ ଜି୨୦ର ଯୁବ -୨୦ ବା ୟୁଥ-୨୦ କାର୍ଯ୍ୟକ୍ରମ ଗୁରୁତ୍ୱ ପାଇବ । ଜାତୀୟ ଯୁବ ଉତ୍ସବ ୱାଇ-୨୦ କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଯୁବକଯୁବତୀମାନଙ୍କୁ ନିୟୋଜିତ କରିବାର ପ୍ରକ୍ରିୟା ଆରମ୍ଭ କରିବ । ଏଥିରେ ୱାଇ-୨୦ର ବିଷୟବସ୍ତୁ ସମ୍ପର୍କରେ ଯୁବ ସମାଜକୁ ସଚେତନ କରାଯିବ । ଏହି ସଚେତନତା ବାର୍ତ୍ତାକୁ ଦେଶର କୋଣ ଅନୁକୋଣରେ ପହିଞ୍ଚାଇବାକୁ ଉଦ୍ୟମ ହେବ । ମନ୍ତ୍ରୀ ଶ୍ରୀ ଠାକରୁ କହିଛନ୍ତି ଯେ ଏହି ଯୁବ ଉତ୍ସବ ଏକ ସବୁଜ ମହୋତ୍ସବ ଭାବେ ମଧ୍ୟ ପାଳିତ ହେବାକୁ ଯାଉଛି । ଏଥିରେ ବ୍ୟବହୃତ ସମସ୍ତ ସାମଗ୍ରୀ ଜୈବିକ ଉପାୟରେ ନଷ୍ଟ ହେବା ଯୋଗ୍ୟ । ଏହା ଦ୍ୱାରା ପରିବେଶ ପ୍ରଦୂଷଣର ଅବକାଶ ରହିବ ନାହିଁ । ଏଥିରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ‘ମିଶନ ଲ୍ାଇଫ’ ଏବିଂ ସବୁଜ ଇନ୍ଧନ ଉପରେ ଅଗ୍ରାଧିକାର ପ୍ରଦାନ କରାଯିବ । ୨୬ତମ ଜାତୀୟ ଯୁବ ଉତ୍ସବ କାର୍ଯ୍ୟକ୍ରମର ସବିବଶଷ ବିବରଣୀ ପ୍ରଦାନ କରି କେନ୍ଦ୍ର ଯୁବସେବା ବିଭାଗର ସଚିବ ମିତା ଆର୍ ବଲ୍ାଚନ କହିଛନ୍ତି ଯେ କେନ୍ଦ୍ର କ୍ରୀଡା ଓ ଯୁବ ସେବା ମନ୍ତ୍ରଣାଳୟ କର୍ଣ୍ଣାଟକର ଧାରୱାଡ୍ ଜିଲ୍ଲା ଅନ୍ତର୍ଗତ ହୁବୁଲ୍ିରେ ଏହାକୁ ଆୟୋଜନ କରୁଛି । କର୍ଣ୍ଣାଟକ ସରକାର ଏଥିପାଇଁ ସହାୟତା ଯୋଗାଉଛନ୍ତି । ପ୍ରଧାନମନ୍ତ୍ରୀ ଏହାକୁ ଉଦ୍ଘାଟନ କରି ଉପସ୍ଥିତ ଯୁବବର୍ଗଙ୍କ ସହିତ ନିଜର ଲକ୍ଷ୍ୟକୁ ବାଣ୍ଟିବେ । ଏହି ଅନୁପମ ପାଞ୍ଚ ଦିନିଆ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ୭୫୦୦ରୁ ଅଧିକ ଯୁବ ପ୍ରତିନିଧି ନାନାପ୍ରକାର ଶିକ୍ଷଣ କାର୍ଯ୍ୟରେ ଭାଗ ନେବେ । ଏହି ପ୍ରତିନିଧିମାନେ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ ଏବିଂ ନେତୃତ୍ୱ ଦେଉଛନ୍ତି । ଚଳିତବର୍ଷ ଉତ୍ସବର ବିଷୟବସ୍ତୁ ହେଲ୍ା ‘ବିକଶିତ ଯୁବ ଶକ୍ତି, ବିକଶିତ ଭାରତ ।

Leave a Reply