Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଜ୍ୟସରକାର ବଡ ଦାଣ୍ଡରେ ଠିଆ ହୋଇ ଜନତାଙ୍କୁ କ୍ଷମା ମାଗନ୍ତୁ: ସ୍ୱଦେଶୀ ଜାଗରଣ ମଂଚ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଜ୍ୟସରକାର ବଡ ଦାଣ୍ଡରେ ଠିଆ ହୋଇ ଜନତାଙ୍କୁ କ୍ଷମା ମାଗନ୍ତୁ: ସ୍ୱଦେଶୀ ଜାଗରଣ ମଂଚ


ଭୁବନେଶ୍ୱର,୧୫/୪: ୨୦୦୬ ଏପ୍ରେଲରେ ଅନୀଲ ଅଗ୍ରୱାଲ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିଷୟକୁ ନେଇ ନବୀନ ବାବୁଙ୍କ ପାଖକୁ ଏକ ଚିଠି ଲେଖିଲେ ଏବଂ ସେଇ ଚିଠିରେ ୧୦,୦୦୦ ଏକର ଜମି ତାହାଶୁଣି ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ଉପରେ ହିଁ ନେବାର ଅଛି । ୧୩ ଜୁଲାଇରେ ଏହି ବିଷୟରେ ରାଜ୍ୟ ସରକାର ଫାଇଲ ମୁଭ କଲେ ଏବଂ ମାତ୍ର ୬ ଦିନ ଭିତରେ ମାନେ ୧୯ ଜୁଲାଇରେ ମୁଭ ହେଲା । ୧ ବର୍ଷ ମଧ୍ୟରେ ୬/୭ ଥର ଏଥିପାଇଁ ମିଟିଂ ହୋଇ ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ । କେଉଁଭଳି ତତ୍ପରତା ଦେଖାଇଥିଲେ ସରକାର, ଏଥରୁ ଅନୁମାନ କରି ହେଉଛି ।
ମାନନୀୟ ସୁପ୍ରିମକୋର୍ଟଙ୍କ ରାୟ ସରକାରଙ୍କ ଏହି ତତ୍ପରତା ଏବଂ ଗଙଟରେ ସ୍ଥାନୀତ ସବୁ ପ୍ରାବଧାନକୁ ସଂପୂର୍ଣ୍ଣ ବେଆଇନ ଏବଂ ଏକ ବ୍ୟକ୍ତିଗତ ସ୍ୱାର୍ଥକୁ ଚରିତାର୍ଥ କରିବାର ପଦକ୍ଷେପ ସହ ସରକାର ଓ କରପୋରେଟର ମଧୁ ଚନ୍ଦ୍ରିକା ଆଡକୁ ଆଙ୍ଗୁଳି ନିଦେ୍ର୍ଦଶ ମାତ୍ରା
ଏହା ହେଉଛି ଏକ ଜାତୀୟ ସଂପଦ ଏବଂ ଜନ ସମାଜର ହିଁ ଏକମାତ୍ର ଅଧିକାର । ସେଭଳି ସ୍ଥଳେ ଏକ ଜନନିର୍ବାଚିତ ସରକାର ‘ନୂଆନଇ’ ଏବଂ ‘ନଳନଇ’ କୁ ବେଦନ୍ତକୁ ଟେକି ଦେବାର ଯେଉଁ ମସୁଧା କରିଥିଲେ ତାହା ସମ୍ପୂର୍ଣ୍ଣ ବେଆଇନ ଅମାନବୀୟ କାର୍ଯ୍ୟ ।
ଡସକ୍ଷୟ କ୍ଷସଲର ଗ୍ଦବଦ୍ଭଗ୍ଧଙ୍କବକ୍ସଚ୍ଚ (ରାସ୍ତାର ଅପରପାଶ୍ୱ) ଏବଂ ଲୁଣା ଜଙ୍ଗଲକୁ ଲାଗି ୧୦.୦୦୦ ଏକର ଜମି ଦେବା ଏହା ପୂର୍ଣ୍ଣରୂପରେ ଦେଶର ଋଦ୍ଭଙ୍ଖସକ୍ସକ୍ଟଦ୍ଭଜ୍ଞରଦ୍ଭଗ୍ଧଦ୍ଭ କ୍ଟ୍ରକ୍ସକ୍ଟଗ୍ଧରମଗ୍ଧସକ୍ଟଦ୍ଭ ବଦ୍ଭୟ କ୍ଟ୍ରକ୍ସରଗ୍ଦରକ୍ସଙ୍ଖବଗ୍ଧସକ୍ଟଦ୍ଭ କ୍ଷବଙ୍ଗ କୁ ଖିଲାପ କରୁଥିବାର କଥା ମାନ୍ୟବର ସୁପ୍ରୀମକୋର୍ଟ ଦର୍ଶାଇଛନ୍ତି ।
ସର୍ବୋପରି ଏକ ନିର୍ବାଚିତ ସରକାର ହେଉଛି ଚରକ୍ଟକ୍ଟ୍ରକ୍ଷର ଞକ୍ସଙ୍କଗ୍ଦଗ୍ଧ) । ସେ ସ୍ଥଳେ ସ୍ଥାନୀୟ ୫୦ ହଜାର ଜନତା, ୮ / ୧୦ ହଜାର କୃଷକଙ୍କ ବହୁ ଫସଲ ଜମି, ଜନସାଧାରଣ, ବୃକ୍ଷଲତା, ପଶୁପକ୍ଷୀଙ୍କ ଜୀବନ ନଦୀର ଜଳ,ସମୁଦ୍ର ବାତ୍ୟାରୁ ରକ୍ଷା କରୁଥିବା ଲୁଣା ଜଙ୍ଗଲକୁ ଏକ ବ୍ୟକ୍ତି ବା ପାରିବାରିକ କମ୍ପାନୀକୁ ଟେକିଦେବାର ଅର୍ଥ ଜନତାଙ୍କ ବିଶ୍ୱାସକୁ ବଳି ପକାଇବା ।
ଶେଷରେ ମାନ୍ୟବର କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଆଇନ୍ ଆଗରେ ସମସ୍ତେ ସମାନ ହୋଇଥିବା ବେଳେ ଜଣଙ୍କର ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ କିଭଳି ଏକ ସରକାର ସବୁ ପ୍ରକାର ସୀମାକୁ ଉଲ୍ଲଙ୍ଘନ କରିପାରେ ତାର ଏକ ନିଚ୍ଛକ ନମୂନାକୁ ହିଁ ଦର୍ଶାଇଛନ୍ତି । ଖବଙ୍ଗ କ୍ଟଲ କ୍ଷବଦ୍ଭୟ କୁ ଅସମ୍ମାନିତ ବା ଅମାନ୍ୟ କରାଯାଇଛି କହିଲେ ଚଳେ ।
ସ୍ୱଦେଶୀ ଜାଗରଣ ମଂଚ ଏହି ଘଟଣାରେ ପ୍ରଥମ ଦିନରୁ ଏବଂ ଏହି ଆନେ୍ଦାଳନରେ ପ୍ରଥମ ଦିନରୁ ସାମିଲ ହୋଇଥିଲା । ସ୍ଥାନୀୟସ୍ତରରେ ଜନଜାଗରଣ, ପଦଯାତ୍ରା, ପୁରୀ ଠାରେ ସାଧୁସନ୍ଥଙ୍କୁ ନେଇ ସଭା ଠାରୁ ଆରମ୍ଭ କରି ଦିଲ୍ଲୀର ଯନ୍ତ୍ରର ମନ୍ତ୍ରର ଠାରେ ୨୦ ଏପ୍ରେଲ ୨୦୧୦ ରେ ଧାରଣା ପର୍ଯ୍ୟନ୍ତ ଧାରାବାହିକ କାର୍ଯ୍ୟକ୍ରମ ବା ଆନେ୍ଦାଳନ ଚଳାଇ ରଖିଥିଲା । ସ୍ୱଦେଶୀ ଜାଗରଣ ମଂଚ ଆନୁକୂଲ୍ୟରେ ଭୁବନେଶ୍ୱର ଠାରେ ହୋଇଥିବା ‘କନ୍ଭେନସନ ଅନ୍ ବେଦାନ୍ତ ୟୁନିଭରସିଟି’ ଇଡିକଲ ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଥିଲା । ସ୍ତମ୍ଭ ଲେଖକ ଏସ୍ ଗୁରୁମୂର୍ତି, ସ୍ୱର୍ଗତ ବରେନ୍ଦ୍ରକୃଷ୍ଣ ଧଳ, ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତିର ଆବାହକ ଉମାବଲ୍ଲଭ ରଥ ଉପସ୍ଥିତ ଥିଲେ । ସେହିଭଳି ୧୦ ଦିନ ବ୍ୟାପୀ ହୋଇଥିବା ପଦଯାତ୍ରାରେ ବର୍ତମାନର ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବର୍ତମାନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶେଷ ୨ ଦିନରେ ଯୋଗ ଦେଇଥିଲେ । ଦିଲ୍ଲୀର ଯନ୍ତ୍ରର ମନ୍ତ୍ରର ଧାରଣାରେ ସ୍ୱଦେଶୀ ଜାଗରଣ ମଂଚର ରାଷ୍ଟ୍ରୀୟ ସଂଗଠକ କାଶ୍ମୀରୀ ଲାଲ୍ ଏବଂ ପୂର୍ବ ରାଷ୍ଟ୍ରୀୟ ସଂଯୋଜକ ମୂରଲୀଧର ରାଓ ଇତ୍ୟାଦି ଯୋଗ ଦେଇଥିଲେ । ସର୍ବୋପରି ଏହି ଆନେ୍ଦାଳନକୁ ସ୍ୱଦେଶୀ ଜାଗରଣ ମଂଚର ରାଷ୍ଟ୍ରୀୟ ସଂଘର୍ଷ ବାହିନୀ ପ୍ରମୁଖ ଅନ୍ନଦା ଶଙ୍କର ପାଣିଗ୍ରାହୀ ପୁରୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ପହଁଚାଇବାରେ ପ୍ରମୁଖ ଭୂମିକା ନେଇଥିଲେ ।
ରାଜ୍ୟ ସରକାର ପ୍ରଭୂ ଜଗନ୍ନାଥଙ୍କ ୫୦୦ ଏକର ଜମି ମାତ୍ର ୮କୋଟି ୩୩ ଲକ୍ଷ ଟଙ୍କାରେ ବେଦାନ୍ତକୁ ଦେଇ ସାରିଛନ୍ତି । ମାନ୍ୟବର ସୁପ୍ରୀମକୋର୍ଟଙ୍କ ଭର୍ସନା ପରେ ସେହି ଜମି ପୁଣି ଫେରାଇ ଆଣିବା ଦରକାର ବା ସେହି ଜମିର ବର୍ତମାନ ସ୍ଥିତ କଣ ତାହା ସରକାର ଜନତାଙ୍କୁ ତଥା ପ୍ରଭୂ ଶ୍ରୀଜଗନ୍ନାଥଙ୍କୁ ଜଣାନ୍ତୁ । ସରକାର ପ୍ରତ୍ୟେକ୍ଷରେ ମହାପ୍ରଭୂ ଏବଂ ଜନତାଙ୍କୁ ବଡ ଦାଣ୍ଡରେ ଠିଆ ହୋଇ କ୍ଷମା ମାଗନ୍ତୁ ବୋଲି ସ୍ୱଦେଶୀ ଜାଗରଣ ମଂଚ, ଓଡିଶା ତରଫରୁ ଦାବି ହୋଇଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ସ୍ୱଦେଶୀ ଜାଗରଣ ମଂଚର ପ୍ରାନ୍ତ ସହ ସଂଯୋଜକ ନିର୍ମଳ ଚନ୍ଦ୍ର ଷଡଙ୍ଗୀ, ବେଦାନ୍ତ ବିରୋଧୀ ସଂଘର୍ଷ ସମିତିର ସହ ସଂଯୋଜକ ବିଷ୍ଣୁ ଚରଣ ଦାସ, କ୍ଷେତ୍ର ସଂଯୋଜକ ଶତୃଘ୍ନ ତରାଇ, ପ୍ରାନ୍ତ ପ୍ରଚାର ପ୍ରମୁଖ ବିଜୟ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply