ମହାତ୍ମାମାନଙ୍କର ଦିବ୍ୟ ବାଣୀ ମାନବ ଜୀବନର ମୂଳମନ୍ତ୍ର

ବ୍ରହ୍ମପୁର : ପବିତ୍ର ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ସାହିତ୍ୟ ସମାରୋହ ବଂଶୀବଟ ମାନବ ସେବା ସମିତି ଆନୁକୂଲ୍ୟରେ ଜଗତ କଲ୍ୟାଣ ଉଦେ୍ଦଶ୍ୟରେ ବ୍ରହ୍ମପୁର ସ୍ଥିତ ଓଷ୍ଟା ସଂଘ ସମ୍ମିଳନୀ କକ୍ଷ ପ୍ରେମ ନଗର ରେ ମହାସମାରୋହରେ ସଂପନ୍ନ ହୋଇଯାଇଛି । ଉକ୍ତ ସମାରୋହରେ ଓଡ଼ିଶାର ସୁନାମଧନ୍ୟ ସନ୍ଥ ମହାତ୍ମା ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ସ୍ୱାମୀ ଶୁଭାନନ୍ଦ ପୁରୀ, ମୁଖ୍ୟ ବକ୍ତା ସୁଶ୍ରୀ ରଞ୍ଜିତା ପ୍ରିୟଭାଷିଣୀ ତଥା ବରେଣ୍ୟ ସନ୍ଥମଣ୍ଡଳୀ ଏବଂ ଶତାଧିକ ଆଧ୍ୟାତ୍ମିକ ଲେଖକ ଲେଖିକା ଯୋଗ ଦେଇ ଏହି ପବିତ୍ର ଆଧ୍ୟାତ୍ମିକ ସମାରୋହକୁ ସାଫଲ୍ୟ ମଣ୍ଡିତ କରିବା ସହ ସନ୍ଥ ମହାତ୍ମାମାନଙ୍କର ଦିବ୍ୟ ବାଣୀ ମାନବ ଜୀବନର ମୂଳମନ୍ତ୍ର କେବଳ ଆଧ୍ୟାତ୍ମିକତା ହୋଇପାରେ ବୋଲି ବୁଝାଇଥିଲେ । ପ୍ରାକ୍ତନ ପ୍ରଧ୍ୟାପିକା ଡଃ ବାସନ୍ତୀ ମହାନ୍ତି ଅତି ସୁନ୍ଦର ଭାବରେ ଏହି ଭାବଧାରାକୁ ମଧ୍ୟ ଉପସ୍ଥାପନ କରିଥିଲେ । ଓଡ଼ିଶାର ବାଗ୍ମୀ ଲେଖକ, ଲେଖିକା ତଥା ଆଧ୍ୟାତ୍ମିକା ମାର୍ଗର ବ୍ୟକ୍ତିତ୍ୱଙ୍କୁ ବଂଶୀବଟ ସମ୍ମାନରେ ସମ୍ମାନିତ କରାଯିବା ସଙ୍ଗେ ସଙ୍ଗେ ବଂଶୀବଟ ପତ୍ରିକା ଉନ୍ମୋଚନ ମଧ୍ୟ କରାଯାଇଥିଲା । ପରିଶେଷରେ ବଂଶୀବଟ ମାନବ ସେବା ସମିତିର ପରିଚାଳନା ସମ୍ପାଦକ ବୃନ୍ଦାବନ ସାହୁ ଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯିବା ସହ ଅନୁଷ୍ଠାନର ଅନ୍ୟ ସହଯୋଗୀ ସଭ୍ୟବୃନ୍ଦ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *