Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୪୩ ଟି ଚାଇନାର ବିମାନ ତାଇୱାନ ଗଲ୍ଫର ସେଂଟ୍ରାଲ ଲାଇନ ଅତିକ୍ରମ କରିଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୪୩ ଟି ଚାଇନାର ବିମାନ ତାଇୱାନ ଗଲ୍ଫର ସେଂଟ୍ରାଲ ଲାଇନ ଅତିକ୍ରମ କରିଛି


ବେଜିଂ: ତାଇୱାନକୁ ନେଇ ଚାଇନାର ଉଦେ୍ଦଶ୍ୟ ପୂର୍ବ ପରି ରହିଛି ତାଇୱାନର ଆଖପାଖ ଅଞ୍ଚଳରେ ଚାଇନ ସେନା ପୁଣି ଥରେ ସମରାଭ୍ୟାସ ରବିବାର କରିଛି । ୩୦ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଚାଇନାର ବାୟୁସେନା ଏବଂ ନୌସେନା ପୁଣି ଏଭଳି ଉତେଜନା ମୂଳକ ସ୍ଥିତି ସୃଷ୍ଟି କରିଛନ୍ତି । ଚାଇନା ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ରବିବାର ଏକ ବିବୃତି ଜାରି କରି କହିଛି ଯେ ଏହାର ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡ ତାଇୱାନ ଗଲ୍ଫରେ ମିଳିତ ସମରାଭ୍ୟାସ କରିଛି । ଏଥିରେ ଯୁଦ୍ଧ ପ୍ରସ୍ତୁତି, ପାଟ୍ରୋଲିଂ ଏବଂ ପ୍ରକୃତ ଯୁଦ୍ଧ ଅଭ୍ୟାସ କରାଯାଇଥିଲା । ଏହି ସମରାଭ୍ୟାସ ବାୟୁ ଏବଂ ସମୁଦ୍ରିକ ଅଚଳରେ କରାଯାଇଥିଲା । ତାଇୱାନର ସ୍ୱାଧୀନତାକୁ ସମର୍ଥନ କରୁଥିବା ବାହ୍ୟ ଶକ୍ତି ଏବଂ ବାହିନୀର ଉତେଜନାମୂଳକ କାର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ପ୍ରତିହତ କରିବା ପାଇଁ ଏହି ସମରାଭ୍ୟାସ ଦେଶର ସାମରିକ ମିଳିତ ଦକ୍ଷତା ଏବଂ ପ୍ରସ୍ତୁତିକୁ ପରୀକ୍ଷା କରିବା ପାଇଁ ଉଦ୍ଦିଷ୍ଟ ବୋଲି ପିଏଲଏ କହିଛି । ଗତ ମାସ ଶେଷରେ ଚାଇନା ମଧ୍ୟ ସମାନ ସମରାଭ୍ୟାସ କରିଥିଲା । ତାଇୱାନ କହିଛି ଯେ ୪୩ ଟି ଚାଇନାର ବିମାନ ତାଇୱାନ ଗଲ୍ଫର ସେଂଟ୍ରାଲ ଲାଇନ ଅତିକ୍ରମ କରିଛି ।

Leave a Reply