Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ୟୁନିଫର୍ମ ସିଭିଲ୍ କୋଡ୍ କମିଟି ଗଠନରେ ଭୁଲ୍ ନାହିଁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ୟୁନିଫର୍ମ ସିଭିଲ୍ କୋଡ୍ କମିଟି ଗଠନରେ ଭୁଲ୍ ନାହିଁ


ନୂଆଦିଲ୍ଲୀ : ସମାନ ନାଗରିକ ସଂହିତା (ୟୁସିସି) ଯାଂଚ କରିବାକୁ ଗୁଜରାଟ ଏବଂ ଉତରାଖଣ୍ଡ ସରକାରଙ୍କ ଦ୍ୱାରା ଗଠିତ କମିଟିକୁ ସବୁଜ ସଙ୍କେତ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ସମାନ ନାଗରିକ ସଂହିତା ସଂପର୍କରେ ଯାଂଚ ରାଜ୍ୟ ସରକାରଙ୍କ ମାଧ୍ୟମରେ ହେବା ଉଚିତ । ଏପରି କମିଟି ଗଠନ କରିବା ଅଦାଲତରେ ଚ୍ୟାଲେଞ୍ଜ କରିବାର ଏକ ଆଧାର ନୁହେଁ । ୟୁସିସିର କାର୍ଯ୍ୟକାରିତା ଯାଂଚ କରିବା ପାଇଁ ଗୁଜୁରାଟ ଏବଂ ଉତରାଖଣ୍ଡ ଏବଂ ଗୁଜୁରାଟ ସରକାରଙ୍କ ଦ୍ୱାରା ଏକ କମିଟି ଗଠନ ବିରୋଧରେ ଆବେଦନକୁ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ଶୁଣାଣି ସମୟରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ପି ଏସ ନରସିଂହଙ୍କ ଖଣ୍ଡପୀଠ କହିଥିଲେ ଯେ ଉକ୍ତ ଦୁଇ ରାଜ୍ୟ ସମ୍ବିଧାନର ଧାରା ୧୬୨ ଅନୁଯାୟୀ କାର୍ଯ୍ୟନିର୍ବାହୀ କ୍ଷମତା ଅଧୀନରେ ଏସବୁ କମିଟି ଗଠନ କରିଛନ୍ତି । ଏଥିରେ ଭୁଲ୍ କେଉଁଠି ରହିଲା ହୁଏତ ଆପଣ ଆବେଦନ ପ୍ରତ୍ୟାହାର କରନ୍ତୁ କିମ୍ବା ଆମେ ଏହାକୁ ଖାରଜ କରିବୁ । ଏହା ସମ୍ବିଧାନର ବିପରୀତ ବୋଲି କହି ଏକ କମିଟି ଗଠନ ଉପରେ ଏକ ଆବେଦନ ଦାଖଲ କରାଯାଇପାରିବ ନାହିଁ । ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଆବେଦନକାରୀ ନିଜର ଆବେଦନ ପ୍ରତ୍ୟାହାର କରିନେଇଥିଲେ । ଏହା ପୂର୍ବରୁ କେନ୍ଦ୍ର ସରକାର କହିଥିଲେ ଯେ ସମାନ ନାଗରିକ ସଂହିତା ସଂପର୍କରେ ଆଇନ ପ୍ରଣୟନ ସଂସଦର ଅଧିକାର । ସରକାରଙ୍କ ଏହି ଯୁକ୍ତିକୁ ସୁପ୍ରିମକୋର୍ଟ ସ୍ୱୀକାର କରିଥିଲେ ଯେ ଏହା ସଂସଦର ଅଧିକାର ପରିସରଭୁକ୍ତ ।

Leave a Reply