ପାରାଦୀପ ବନ୍ଦର ଗୁଳିକାଣ୍ଡର ନୀରପେକ୍ଷ ତଦନ୍ତ କରାଯାଉ:ବିଏମ୍ଏସ୍


ପାରାଦୀପ : ବିଗତ ୨୦୧୯ ମସିହାରୁ ରାକେଶ ପଟ୍ଟନାୟକ ଭାରତୀୟ ମଜଦୁରସଂଘ (ବିଏମ୍ଏସ) ର ସଭାପତି ଭାବେ ନିର୍ବାଚିତ ହେବାପରେ ସଂଘ ଏବଂ ଶ୍ରମିକମାନଙ୍କର ବହୁବିଦ୍ଧ ସମସ୍ୟାର ସମାଧାନ ହୋଇପାରିଛି । ଗତ ୨୦୨୨ ମସିହାରେ ପାରାଦୀପ ବନ୍ଦର ଶ୍ରମିକ ଟ୍ରଷ୍ଟି ନିର୍ବାଚନରେ ବିଏମ୍ଏସ୍ ୟୁନିୟନ ପ୍ରଥମ ସ୍ଥାନ ଅଧିକାର କରିବାରେ ସଭାପତି ରାକେଶଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ତେବେ ତାଙ୍କର ସୁନାମକୁ ସହ୍ୟ କରି ନପାରି ଗତ ଜାନୁଆରୀ ୧ ତାରିଖ, ୨୦୨୩ରେ ତାରିଣୀଗଡ଼ା ଠାରେ ବୀଜ୍ ଆଣ୍ଡ ରୁଫ୍ ର କମ୍ପାନୀର ଗେଷ୍ଟ ହାଉସ୍ରେ ଘଟିଥିବା ଗୁଳିକାଣ୍ଡରେ ସଡ଼ଯନ୍ତ୍ରକରି ତାଙ୍କୁ ଫସାଇ ଦିଆଯାଇଛି ବୋଲି ବିଏମ୍ଏସ୍ ପାରାଦୀପ ସାଖାର ସାଧାରଣ ସମ୍ପାଦକ ତଥା ପାରାଦୀପ ବନ୍ଦର ଟ୍ରଷ୍ଟି ଶ୍ରୀକାନ୍ତ ରାୟ ରବିବାର ଦିନ ସଂଘ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ରାକେଶଙ୍କୁ ଧରିବା ପାଇଁ ତାଙ୍କ ସ୍ତ୍ରୀଙ୍କୁ ୬ଘଂଟା ଥାନାରେ ଅଟକ ରଖିବା ଏବଂ ରାକେଶ ତୁରନ୍ତ ପହଚିଂବା ପରେ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ିବା ଘଟଣା ସାଧାଣରେ ଅସନ୍ତୋଷ ପ୍ରକାଶ ପାଇଛି । ପୋଲିସ ପ୍ରଥମେ ଏକ କୋଇଲା ଚୋରୀ ଘଟଣାରେ ରାକେଶଙ୍କୁ ଜେରା କରାଯିବା ନେଇ କହିଥିବା ବେଳେ ଦୀର୍ଘ ୫ଘଂଟା ଥାନାରେ ରଖି ସଂନ୍ଧ୍ୟାରେ ତାରିଣୀଗଡ଼ା ଗୁଳିକାଣ୍ଡ ଘଟଣାରେ ତାଙ୍କୁ କୁଜଙ୍ଗ କୋର୍ଟ ପଠାଯିବା ନେଇ ସନେ୍ଧହ ସୃଷ୍ଟି କରିଛି । ରାକେଶ ପଟ୍ଟନାୟକ ପାରାଦୀପର ଜଣେ ସଫଳ ବ୍ୟବସାୟୀ ଓ ବନ୍ଦର ଶ୍ରମିକ ନେତା ଭାବେ ତାଙ୍କର ସୁନାମ ଓ ପ୍ରଭାବ ବୃଦ୍ଧି ପାଉଥିବାରୁ କିଛି ଅସାଧୁ ବ୍ୟବସାୟୀ ତାଙ୍କୁ ଫସାଇଥିବାର ଅନୁମାନ କରିଛି ସଂଘ । ଏତଦ୍ ବ୍ୟତୀତ କିଛି ରାଜନୈତିକ ଗୋଷ୍ଠୀ ଓ ଶ୍ରମିକ ନେତାଙ୍କର ସମ୍ପୃକ୍ତି ଅଛି ବୋଲି ଅନୁମାନ କରାଯାଉଛି । କାରଣ ବିଗତ ବର୍ଷରେ ପାରାଦୀପ ବନ୍ଦରରେ ଅନେକ ଥର ଶ୍ରମିକ ଅଶାନ୍ତି ଓ ବିଭିନ୍ନ ଗୁଳିକାଣ୍ଡ ଘଟି ଧନଜୀବନ ହାନି ଘଟିଥିବା ପ୍ରମାଣ ପୋଲିସ ଫାଇଲ ରୁ ମିଳିପାରିବ । ଏଭଳି ସମ୍ବେଦନଶୀଳ ଘଟଣାକୁ ନୀରପକ୍ଷ ତଦନ୍ତ କରି ରିପୋଟ ପ୍ରସ୍ତୁତ କରିବାକୁ ବିଏମ୍ଏସ୍ ଦାବୀ କରିଛି । ସଂଘ ଏପରି ଗୁଳିଗୁଳା, ମରାମରି, ଧମକ ଚମକ ଇତ୍ୟାଦିକୁ ବିସ୍ୱାସ କରେନାହିଁ । ତେଣୁ ଆମସଭାପତିଙ୍କ ଏହି ବେଆଇନ୍ ଗିରଫଦାରୀରେ ଭାରତୀୟ ବନ୍ଦର ମଜଦୁର ସଂଘ ସମ୍ପୁର୍ଣ୍ଣ ଦୁଃକ୍ଷିତ ଓ ମର୍ମାହତ । ତେବେ ଏ ବାବଦରେ ନୀରପକ୍ଷ ତଦନ୍ତ ପାଇଁ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକଙ୍କୁ ସଂଘ ପକ୍ଷରୁ ଏକ ଅଭିଯୋଗ ପତ୍ର ଦେବା ସଙ୍ଗେ ସଙ୍ଗେ ଏହାର ଏକକିତା ନକଲ ଜଗତସିଂହପୁର ଜିଲ୍ଲାପାଳ, ଓଡ଼ିଶା ଡ଼ିଜିପି, ଗୃହ ବିଭାଗ ସଚିବ, ଓଡ଼ିଶାଙ୍କ ଅବଗତି ଓ ତୋରିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରେରଣ କରାଯାଇଥିବା ନେଇ ସାଧାରଣ ସମ୍ପାଦକ ଶ୍ରୀ ରାୟ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଙ୍ଗଠନ ସମ୍ପାଦକ ଭବେନ୍ଦ୍ର ଦାଶ, ସହସମ୍ପାଦକ ମହେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *