Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରକାର ଠାରୁ ୨ ପାଦ ଆଗରେ ଅଛନ୍ତି ପାକିସ୍ତାନ ଜନସାଧାରଣା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରକାର ଠାରୁ ୨ ପାଦ ଆଗରେ ଅଛନ୍ତି ପାକିସ୍ତାନ ଜନସାଧାରଣା


ଇସଲାମବାଦ: ଯେଉଁଠାରେ ରାତି ୮ଟାରେ ଦୋକାନ ବଜାର ବନ୍ଦ ହୋଇଯାଏ ସେଠାରେ ପିଲାମାନଙ୍କ ଜନ୍ମ କମ୍ ହୋଇଥାଏ । ଏହି କଥା ଆମେ କହୁନୁ କିଛି ଏଭଳି ବୟାନ ଦେଇଛନ୍ତି ପାକିସ୍ତାନର ରକ୍ଷାମନ୍ତ୍ରୀ । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନ କିଛି ବର୍ଷ ହେବ ଆର୍ଥôକ ସଙ୍କଟ ଦେଇ ଗତିକରୁଛି । ଦିନକୁ ଦିନ ଅର୍ଥନୀତି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଟଙ୍କା ସଂଚୟ କରିବା ପାଇଁ କିଛି ଏଭଳି ବୟାନ ଦେଇଛନ୍ତି ରକ୍ଷାମନ୍ତ୍ରୀ । କେବଳ ରକ୍ଷାମନ୍ତ୍ରୀ ନୁହେଁ ବରଂ ଦେଶର ଜନସାଧାରଣା ଯୋଗାଡ କରି ନିଜ ପରିବାରକୁ ପ୍ରତିପୋଷଣ କରିବାରେ ଲାଗିଛନ୍ତି । ଦରଦାମ୍ ବୃଦ୍ଧି ହେତୁ ଦେଶରେ ଜନସାଧାରଣାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ପାକିସ୍ତାନରେ ଯୋଗାଡ କରି ଲୋକମାନେ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି । ଆପଣା ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, କିଭିଳି ଭାବରେ ଆବଶ୍ୟକୀୟ ଜିନିଷ ସଂରକ୍ଷିତ କରୁଛନ୍ତି ସାଧାରଣ ଲୋକେ । ପାକିସ୍ତାନର ଆର୍ଥôକ ଅବସ୍ତା ଏବେ ସମସ୍ତେ ଜାଣିଛନ୍ତି । ପ୍ରଥମତଃ ବିଜୁଳି ବଂଚାଇବା ପାଇଁ ପାକିସ୍ତାନ ପକ୍ଷରୁ ନିଆଯାଇଥିବା ନିଷ୍ପତିରେ ପ୍ରଥମ ବିଜୁଳିକୁ ପ୍ରାଧାନ୍ୟ ଦିଆଯାଇଛି । ଦୋକାନ ବଜାରରେ ଲାଗଥିବା ଲାଇଟକୁ ୮ଟାରେ ବନ୍ଦ କରାଯିବା ସହିତ ବାହାଘର ମଣ୍ଡପ, ସପିଂ ମହଲ ୧୦ଟାରେ ବନ୍ଦ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଏହାସହ ସରକାରୀ କାର୍ଯ୍ୟାଳୟରେ ୩୦ ପ୍ରତିଶତ ବିଜୁଳି କାଟ ହେବ । ସୂଚନା ମୁତାବକ ଏଥିରେ ବିଜୁଳି ଖର୍ଚ୍ଚ ୬୨୦୦ କୋଟି ଟଙ୍କା ରହିଯିବ । ତେବେ ମାକେର୍ଟକୁ ଜଲଦି ବନ୍ଦ କରାଗଲେ ଅର୍ଥନୀତି ଉପରେ ଏହାର ପ୍ରଭାବ ପଡିବ ବୋଲି ରକ୍ଷା ମନ୍ତ୍ରୀଙ୍କୁ ପଚରା ଯିବାରୁ ସେ ଏଭଳି ବୟାନ ଦେଇଛନ୍ତି । ଅନ୍ୟପଟେ ଟଙ୍କା ବଂଚାଇବା ଯାଇ ପୁରୁଣା ଜ୍ଞାନକୌଶଳ ବ୍ୟବହୃତ ବଲଭ୍, ଫ୍ୟାନ, ଆଦି ଜିନିଷକୁ ବନ୍ଦ କରିବାକୁ ପାକିସ୍ତାନ ସରକାର ନିଷ୍ପତି ନେଇଛି । ପୁରୁଣା ବିଦ୍ୟୁତ୍ ଜନିତ ସାମଗ୍ରୀରେ ଅଧିକ ବିଦ୍ୟୁତ୍ ଖର୍ଚ୍ଚ ହେଉଥିବାରୁ ଏହାର ବ୍ୟବହାର କରାଯିବ ନାହିଁ । ଏଥିରେ ପାକିସ୍ତାନ ସରକାର ୨୨୦୦ କୋଟି ଟଙ୍କା ଖର୍ଚ୍ଚ ହେବାରୁ ରଖିପାରିବ । ପାକିସ୍ତାନ ସରକାର ଠାରୁ ୨ ପାଦ ଆଗରେ ଅଛନ୍ତି ସେଠାକାର ଜନସାଧାରଣାମାନେ । ବର୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ରୋଷେଇରେ ବ୍ୟବହୃତ ହେଉଥିବା ଏଲପିଜି ଗ୍ୟାସକୁ ଲୋକମାନେ ସିଲିଣ୍ଡର ବଦଳରେ ପ୍ଲାଷ୍ଟିକ ବେଲୁନରେ ଭର୍ତି କରୁଛନ୍ତି ।

Leave a Reply