ଚାରୋଟି ରାଜ୍ୟର 5ଟି ବିଧାନସଭା ଆସନରେ ଉପନିର୍ବାଚନ ଘୋଷଣା, ଜୁନ୍ 19 ରେ ଭୋଟ୍

ଚାରୋଟି ରାଜ୍ୟର 5ଟି ବିଧାନସଭା ଆସନରେ ଉପନିର୍ବାଚନ ଘୋଷଣା, ଜୁନ୍ 19 ରେ ଭୋଟ୍

ନିର୍ବାଚନ କମିଶନ ଚାରିଟି ରାଜ୍ୟ ଗୁଜରାଟ, କେରଳ, ପଞ୍ଜାବ ଏବଂ ପଶ୍ଚିମବଙ୍ଗର ପାଞ୍ଚଟି ବିଧାନସଭା ଆସନରେ ଉପନିର୍ବାଚନ ଘୋଷଣା କରିଛନ୍ତି। ଏହି ଆସନଗୁଡ଼ିକ ପାଇଁ ଜୁନ୍ ୧୯ ତାରିଖରେ ଭୋଟ୍ ଗ୍ରହଣ କରାଯିବ ଏବଂ ୨୩ ତାରିଖରେ ଫଳାଫଳ ଘୋଷଣା କରାଯିବ। କମିଶନ ରବିବାର ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛନ୍ତି।

ବିଧାୟକଙ୍କ ମୃତ୍ୟୁ କିମ୍ବା ଇସ୍ତଫା ଯୋଗୁଁ ଖାଲି ପଡ଼ିଥିବା ଆସନଗୁଡ଼ିକୁ ପୂରଣ କରିବା ପାଇଁ ଏହି ଉପନିର୍ବାଚନ ଅନୁଷ୍ଠିତ ହେବ। ଗୁଜରାଟର କାଡି (SC) ଏବଂ ବିସାବାଦର ଆସନ, କେରଳର ନିଲାମ୍ବୁର ଆସନ, ପଞ୍ଜାବର ଲୁଧିଆନା ପଶ୍ଚିମ ଆସନ ଏବଂ ପଶ୍ଚିମବଙ୍ଗର କାଲିଗଞ୍ଜ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *