Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆତଙ୍କବାଦୀମାନେ ଏବେ ପାକିସ୍ତାନ ପାଇଁ କାଳ ପାଲଟିଛନ୍ତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆତଙ୍କବାଦୀମାନେ ଏବେ ପାକିସ୍ତାନ ପାଇଁ କାଳ ପାଲଟିଛନ୍ତି

ଇସଲମାବାଦ: ଯେଉଁ ଆତଙ୍କବାଦୀମାନଙ୍କୁ ପାକିସ୍ତାନ ପାଳିପୋଷି ଅନ୍ୟ ବିରୋଧରେ ପ୍ରୟୋଗ କରୁଥିଲା, ଶେଷରେ ସେହି ଆତଙ୍କବାଦୀମାନେ ଏବେ ପାକିସ୍ତାନ ପାଇଁ କାଳ ପାଲଟିଛନ୍ତି । ଆଫଗାନିସ୍ତାନରେ ତାଲିବାନ କ୍ଷମତା ନିଜ ହାତକୁ ନେବା ପରେ ଏବେ ପାକିସ୍ତାନକୁ ଦଖଲ ପାଇଁ ଉଦ୍ୟମ ଆରମ୍ଭ କରି ଦେଇଛି । ଏହି ଖବର ଜଣାପଡ଼ିବା ପରେ ପାକିସ୍ତାନ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ତାଲିବାନ ଆତଙ୍କବାଦୀ ସଙ୍ଗଠନ ଉପରେ ପାକିସ୍ତାନ ସେନା ଏୟାରଷ୍ଟ୍ରାଇକ୍ କରିଥିବାର ଏକ ଭିଡ଼ିଓ ଭାଇରାଲ ହେବା ପରେ ଏହାକୁ ନେଇ ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି ହୋଇଛି । ଏପରିକି ଆଫଗାନିସ୍ତାନର ଏକ ଗଣମାଧ୍ୟମ ଏହି ମିସାଇଲ ବ୍ଲାଷ୍ଟର ଫଟୋ ସେୟାର କରିଛି । ମିଳିଥିବା ସୂଚନା ଅନୁଯାୟୀ ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନର କୁନାର ଓ ନାଙ୍ଗରହାର ଠାରେ ଏହି ହମଲା କରାଯାଇଛି । ଏହି ଦୁଇଟି ସ୍ଥାନରେ ତାଲିବାନର ଟିଟିପି ସଙ୍ଗଠନ ଆଡ୍ଡା ଜମାଇ ରହିଛନ୍ତି । ଅନ୍ୟପଟେ ଉଭୟ ପାକିସ୍ତାନ ଓ ଆଫଗାନିସ୍ତାନର ସେନା ଅଧିକାରୀ ଏହି ଏୟାରଷ୍ଟ୍ରାଇକ୍କୁ ଅସ୍ୱୀକାର କରିଛନ୍ତି । ତେବେ ଏକଥା ସତ ଯେ ଗତ କିଛିଦିନ ହେବ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ତିକ୍ତତା ଓ ବିବାଦ ବଢିବାରେ ଲାଗିଛି । ତାଲିବାନ ଆଫଗାନିସ୍ତାନରେ କ୍ଷମତାକୁ ଆସିବା ପରେ ପାକିସ୍ତାନୀ ସେନା ଉପରେ ଟିଟିପି ଆତଙ୍କବାଦୀ ସଙ୍ଗଠନ ବାରମ୍ବାର ହମଲା କରୁଥିବାର ଅଭିଯୋଗ ହୋଇ ଆସୁଛି । ଏନେଇ ପାକିସ୍ତାନୀ ସେନା ପକ୍ଷରୁ ଆଫଗାନିସ୍ତାନକୁ ଚେତାବନୀ ଦିଆଯାଇଛି । ପାକିସ୍ତାନ ଗୃହମନ୍ତ୍ରୀ କହିଛନ୍ତି ଯେ ତାଲିବାନର ଟିଟିପି ସଙ୍ଗଠନ ପାକ୍ ସେନା ଉପରେ ଆକ୍ରମଣ କଲେ ଆଗକୁ ସ୍ଥିତି ଭୟଙ୍କର ହେବ । ତେବେ ଉଭୟ ଏହି ଏୟାରଷ୍ଟ୍ରାଇକ୍କୁ ଅସ୍ୱୀକାର କରୁଥିଲେ ମଧ୍ୟ ଏହା ସତ ବୋଲି ବିଭିନ୍ନ ସମ୍ବାଦ ସରବରାହ ସଂସ୍ଥା ସୂତ୍ରରୁ ସୂଚନା ମିଳିଛି । ପାକିସ୍ତାନର ଫାଇଟର ଜେଟ୍ ତେହେରିକ୍ ଏ ତାଲିବାନ ପାକିସ୍ତାନ ସଙ୍ଗଠନ ଉପରେ ଆଟାକ କରିଥିବା କୁହାଯାଉଛି । ତେବେ ଆଗକୁ ଉଭୟ ପକ୍ଷ ମଧ୍ୟରେ ସ୍ଥିତି କ’ଣ ରହିବ ତାକୁ ନେଇ କିଛି ଆକଳନ କରାଯାଇ ପାରି ନାହିଁ ।

Leave a Reply