Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହିମାଳୟରେ ଯବାନଙ୍କ ନିକଟରେ ଜରୁରୀ ସାମଗ୍ରୀ ପହଞ୍ଚାଇବ ଡିଆରଡିଓ ଡ୍ରୋନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହିମାଳୟରେ ଯବାନଙ୍କ ନିକଟରେ ଜରୁରୀ ସାମଗ୍ରୀ ପହଞ୍ଚାଇବ ଡିଆରଡିଓ ଡ୍ରୋନ

ନୂଆଦିଲ୍ଲୀ: ହିମାଳୟର ଦୁର୍ଗମ ଅଞ୍ଚଳରେ ମୁତୟନ ଥିବା ଭାରତର ବୀର ଯବାନଙ୍କ ନିକଟକୁ ଜରୁରୀ ସାମଗ୍ରୀ ପହଞ୍ଚାଇବାକୁ ସେନାକୁ ବେଶ କଷ୍ଟ କରିବାକୁ ପଡ଼ିଥାଏ । ପୁଣି ପାଗ ଖରାପ ହେଲେ କିମ୍ବା ଭୂସ୍ଖଳନ ହେଲେ ଜରୁରୀ ସାମଗ୍ରୀ ଯୋଗାଣ କରିବା ଆହୁରି କଷ୍ଟକର ହୋଇଯାଏ । ଏହାର ଏକ ସମାଧାନ ବାହାର କରିଛି ପ୍ରତିରକ୍ଷା ଗବେଷଣା ସଂଗଠନ ଡିଆରଡିଓ । ସଂଗଠନ ପକ୍ଷରୁ ଏକ ମାନବ ବିହୀନ ଯାନ ବିକଶିତ କରାଯାଇଛି ଯାହାକି ଆକାଶ ମାର୍ଗରେ ଯାଇ ଯବାନଙ୍କ ନିକଟରେ ଖାଦ୍ୟ ଔଷଧ ଆଦି ଜରୁରୀ ସାମଗ୍ରୀ ପହଞ୍ଚାଇବ । ଏହି ୟୁଏଭିଟି ୫ କିଲୋଗ୍ରାମ ପର୍ଯ୍ୟନ୍ତ ସାମଗ୍ରୀ ବହନ କରିପାରିବ । ଡିଆରଡିଓ ଅଧିକାରୀଙ୍କ ମତରେ ଏହି କ୍ୱାଡକପ୍ଟରଟିକୁ ହିମାଳୟ ପରିବେଶକୁ ଦୃଷ୍ଟିରେ ରଖି ବିକଶିତ କରାଯାଇଛି । ଏହାକୁ ସିକ୍କିମରେ ସମୁଦ୍ରପତ୍ତନଠାରୁ ୧୪ ହଜାର ଫୁଟ ଉଚ୍ଚରେ ପରୀକ୍ଷା କରାଯାଇଥିଲା । ନିକଟରେ ଏହା ନାଗପୁରଠାରେ ଅନୁଷ୍ଠିତ ଭାରତୀୟ ବିଜ୍ଞାନ କଂଗ୍ରେସରେ ପ୍ରଦର୍ଶନ କରାଯାଇଥିଲା । ତେବେ ଭାରତୀୟ ସେନାରେ ସାମିଲ ହେବା ପୂର୍ବରୁ ଏହାର ଆଉ ଦୁଇଥର ପରୀକ୍ଷଣ କରାଯିବ । ଡିଆରଡିଓର ଜଣେ ବୈଜ୍ଞାନିକ ମହେଶ ସାହୁ କହିଛନ୍ତି ଏହି ୟୁଏଭିର ଭାର ବହନ କ୍ଷମତାକୁ ୩୦ କିଲୋଗ୍ରାମକୁ ବୃଦ୍ଧି କରିବାକୁ ଉଦ୍ୟମ ଚାଲିଛି ।

Leave a Reply