ନୂଆଦିଲ୍ଲୀ : ଆଫ୍ରିକାରେ ଜାତିସଂଘର ଶାନ୍ତିରକ୍ଷା ଅପରେସନ୍ରେ ଭାରତୀଯ ମହିଳା ସୈନିକ ଦଳ ମୁତୟନ ହୋଇଛନ୍ତି। ବିଭିନ୍ନ ଜଟିଳ ସ୍ଥିତିରେ ସ୍ଥାନୀୟ ମହିଳା ଏବଂ ଶିଶୁମାନଙ୍କୁ ରିଲିଫ୍ ଦେବେ ଏବଂ ସହଯୋଗ କରିବେ ଜାତିସଂଘର ଏହି ଏଫଇଟି (ଫିମେଲ ଏନଗେଜମେଣ୍ଟ ଟିମ୍)। ୨ ଜଣ ଅଫିସର ଏବଂ ୨୫ ଜଣ ଅନ୍ୟ ର ୍ଯାଙ୍କର ମହିଳା ସୈନିକ ଏହି ଶାନ୍ତିରକ୍ଷାକାରୀ ଦଳରେ ଅଛନ୍ତି। ପ୍ରଥମ ଥର ପାଇଁ ଜାତିସଂଘ ମିସନ ପାଇଁ ଏକ ବିଶାଳ ମହିଳା ଶାନ୍ତି ରକ୍ଷାକାରୀ ଦଳ ଭାରତୀୟ ସ୍ଥଳ ସେନା ପଠାଇଛି।