ବଲୋଚ ବିଦ୍ରୋହୀମାନଙ୍କ ଦ୍ବାରା ପୁଣି ଥରେ ପାକିସ୍ତାନ ସେନା ଉପରେ ଏକ ବଡ଼ ଆକ୍ରମଣ

ବଲୋଚ ବିଦ୍ରୋହୀମାନଙ୍କ ଦ୍ବାରା ପୁଣି ଥରେ ପାକିସ୍ତାନ ସେନା ଉପରେ ଏକ ବଡ଼ ଆକ୍ରମଣ

କ୍ବେଟା : ବଲୋଚ ନେତାମାନେ ପାକିସ୍ତାନ ସେନା ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ଏବଂ କହିଛନ୍ତି ଯେ ପାକିସ୍ତାନୀ ସେନା ଦ୍ୱାରା ସମର୍ଥିତ ଏକ ସଶସ୍ତ୍ର ଦଳ ବାଲୋଚଙ୍କ ଘରେ ପ୍ରବେଶ କରି ତାଙ୍କୁ, ତାଙ୍କ ସ୍ତ୍ରୀ ଏବଂ ଛୋଟ ପିଲାମାନଙ୍କ ସମ୍ମୁଖରେ ଗୁଳି କରି ହତ୍ୟା କରିଥିଲେ। ଲତିଫ୍ ବାଲୁଚ୍ ପାକିସ୍ତାନର ପ୍ରମୁଖ ନ୍ୟୁଜ୍ ଚ୍ୟାନେଲ୍ ଆଜ ନ୍ୟୁଜ୍ ସହିତ ଜଡିତ ଥିଲେ ଏବଂ ନିୟମିତ ଭାବରେ ବଲୋଚ ମାନବାଧିକାର ଏବଂ ସ୍ଥାନୀୟ ଅତ୍ୟାଚାର ଉପରେ ରିପୋର୍ଟ କରୁଥିଲେ। ଏହାର ପ୍ରତିଶୋଧ  ନେବାକୁ ଯାଇ ଶନିବାର ଦିନ ବଲୋଚ ବିଦ୍ରୋହୀମାନେ ପୁଣି ଥରେ ପାକିସ୍ତାନ ସେନା ଉପରେ ଏକ ବଡ଼ ଆକ୍ରମଣ କରିଛନ୍ତି। ବେଲୁଚିସ୍ତାନର ମାଙ୍ଗୋଚର ସହରରେ ପାକିସ୍ତାନୀ ସେନାର ଏକ କନଭୟ ଉପରେ ହୋଇଥିବା ସଦ୍ୟତମ ଆକ୍ରମଣରେ ଅନେକ ସୈନିକଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ରହିଛି। ସଦ୍ୟତମ ସୂଚନା ଅନୁସାରେ, ଏହି ଆକ୍ରମଣ ଦୁଇଟି ଭିନ୍ନ ସ୍ଥାନରେ ହୋଇଥିଲା। କନଭଏର ଅନେକ ଗାଡ଼ି ଉପରେ ବୋମା ମାଡ଼ ହୋଇଥିଲା। ଏହି ଆକ୍ରମଣ ପାଇଁ ବେଲୁଚିସ୍ତାନ ମୁକ୍ତି ବାହିନୀ (ବିଏଲଏ) ନିଜକୁ ଦାୟୀ କରିଛି। କୁହାଯାଉଛି ଯେ ବିଏଲଏ ବରିଷ୍ଠ ବଲୋଚ ସାମ୍ବାଦିକ ଲତିଫ୍ ବାଲୁଚଙ୍କ ନିର୍ମମ ହତ୍ୟାର ପ୍ରତିଶୋଧ ନେଇଛି।

Leave a Reply

Your email address will not be published. Required fields are marked *