ଥିରୁଭାନନ୍ତପୁରମ: ଚାଇନା ଭାରତର ଅହିଂସା ଏବଂ କରୁଣା ନୀତିକୁ ଆପଣାଇବା ଆବଶ୍ୟକ ବୋଲି ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା କହିଛନ୍ତି। ଅହିଂସା ଓ କରୁଣାକୁ ଭାରତ ସବୁବେଳେ ଅଗ୍ରାଧିକାର ଦେଇ ଆସୁଥିବା ୮୭ ବର୍ଷୀୟ ଧର୍ମଗୁରୁ ଦଲାଇ ଲାମା ମନୋରମ ଇୟର୍ ବୁକ୍ ୨୦୨୩ରେ ଉଲ୍ଲେଖ କରିଛନ୍ତି। ଅଧିକାଂଶ ବୌଦ୍ଧ ଧର୍ମାବଲମ୍ବୀ ବାସ କରୁଥିବା । ଦୁଇ ଦେଶର ଅଢ଼େଇ ବିଲିୟନ୍ ନାଗରିକ ଦୁଇ ଦେଶ ଭିତରେ ଶାନ୍ତି ପ୍ରତିଷ୍ଠା ପାଇଁ ଚାହୁଁଛନ୍ତି। ବୈଶ୍ୱିକ ଶାନ୍ତି ସ୍ଥାପନ ଛଡ଼ା ଭାରତ ବିଜ୍ଞାନ ଓ ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ପାରଦର୍ଶିତା ଲାଭ କରିଛି । ଭାରତ ଓ ଚାଇନା ଏକାଠି କାର୍ଯ୍ୟ କଲେ ବିଶ୍ୱ ଲାଭବାନ ହେବବୋଲି ନୋବେଲ ପୁରସ୍କାର ବିଜେତା ଦଲାଇ ଲାମା କହିଛନ୍ତି।