Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାକ୍ ସ୍ୱାଧୀନତା ଉଲ୍ଲଙ୍ଘନ କଲେ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ : ସୁପ୍ରିମକୋର୍ଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାକ୍ ସ୍ୱାଧୀନତା ଉଲ୍ଲଙ୍ଘନ କଲେ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ : ସୁପ୍ରିମକୋର୍ଟ


ନୂଆଦିଲ୍ଲୀ : ରାଜନେତାଙ୍କୁ ବାକ୍ ସ୍ୱାଧୀନତା ପାଠ ପଢାଇଲେ ସୁପ୍ରିମକୋର୍ଟ । ସମ୍ବିଧାନିକ ପଦରେ ରହି ମନମାନି କରିପାରବେ ନାହିଁ ନେତା । ନିୟମ ଉଲ୍ଲଙ୍ଘନ କଲେ ହେବ କାର୍ଯ୍ୟାନୁଷ୍ଠାନ । ଅପରାଧିକ ମାମଲାର ଯାଂଚରେ ନେତାଙ୍କ ବିବାଦୀୟ ବୟାନକୁ ନେଇ ଏଭଳି କିଛି କହିଛନ୍ତି ସର୍ବୋଚ୍ଚ ଅଦାଲତ । ଜାନୁଆରୀ ୩ ତାରିଖ ଦିନ କୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ତି । କୌଣସି ଘଟଣା ଉପରେ ମନଇଚ୍ଛା ଟିପ୍ପଣୀ ଦେଲେ ନେତା ସେଥିପାଇଁ ନିଜେ ହିଁ ଦାୟିତ୍ୱ ରହିବେ ବୋଲି କୋର୍ଟ କହିଛନ୍ତି । ଜଷ୍ଚିସ୍ ୟୁ ରାମାସୁବ୍ରମଣ୍ୟମ୍ କହିଛନ୍ତି, କାହାର କହିବାର ସ୍ୱାଧୀନତା ଉପରେ ରୋକ୍ ଲଗାଇ ହେବନାହିଁ, ହେଲେ ବିବାଦୀୟ ଟିପ୍ପଣୀ କିମ୍ବା ବାକ୍ ଅଧିକାର ଆଇନ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସମ୍ବିଧାନରେ ପ୍ରସ୍ତାବିତ ଧାରା ଅନୁଯାୟୀ ନେତାଙ୍କ ବିବୃତି ଉପରେ ପ୍ରତିବନ୍ଧକ ଲାଗିପାରିବ । ମାତ୍ର ଏହାଠାରୁ ଅଧିକ ପ୍ରତିବନ୍ଧକ ଲାଗିପାରିବ ନାହିଁ ବୋଲି ଜଷ୍ଟିସ ୟୁ ରାମାସୁବ୍ରମଣ୍ୟମ୍ କହିଛନ୍ତି । ଅନ୍ୟପଟେ ଏହା ଉପରେ ଜଷ୍ଟିସ୍ ନାଗର˜ା ଅସହମତି ପ୍ରକାଶ କରିଛନ୍ତି । ସେ ଅନୁଚ୍ଛେଦ ୫୧-(ଏ) ଉପରେ ଜୋର୍ ଦେଇ ରାଜନୈତାମାନେ କର୍ତବ୍ୟନିଷ୍ଠ ହେବା ଆବଶ୍ୟକ ବୋଲି କହିଛନ୍ତି । ନେତା ଓ ମନ୍ତ୍ରୀ ସରକାରୀ କାର୍ଯ୍ୟରେ ନିଜର ମତ ରଖିପାରିବେ । ଏଥିରେ ନିୟମ ଉଲ୍ଲଙ୍ଘନ ହେଲେ ଏଥିପାଇଁ ରାଜନୈତିକ ଦଳ ଉତରଦାୟି ରହିବେ ବୋଲି ଜଷ୍ଟିସ୍ ନାଗର˜ା କହିଛନ୍ତି ।

Leave a Reply