Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦେବାଳିଆ ରାସ୍ତାରେ ପାକିସ୍ତାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦେବାଳିଆ ରାସ୍ତାରେ ପାକିସ୍ତାନ

ଲାହୋର: ପାକିସ୍ତାନ ଅର୍ଥନୀତି ଦୁର୍ଦ୍ଦିନ ଦେଇ ଗତି କରୁଛି । ଚାରିଆଡୁ ସଂକଟ ମାଡ଼ି ଆସିଛି । ସେଠାରେ ଶ୍ରୀଲଙ୍କା ଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ସେହି ସଂକଟକୁ ଏଡ଼ାଇବା ଲାଗି ପାକିସ୍ତାନ ସରକାର ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ସଂକଟରୁ ଉଦ୍ଧାର କରିବା ଲାଗି ସେଠାକାର ସରକାର ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଆଗରେ ଗୁହାରି କରୁଛି । ଚୀନ୍ ଓ ସାଉଦି ଆରବକୁ ମଧ୍ୟ ପାଣ୍ଠି ମାଗୁଛି । ଆଉ ପାକିସ୍ତାନରେ ବିଦେଶୀ ମୁଦ୍ରା ଭଣ୍ଡାରରେ ଦ୍ରୁତ ଅବନତି ହୋଇଛି । ତେବେ ଏହାରି ଭିତରେ ପାକିସ୍ତାନ ସରକାର ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ଯାହାକୁ ନେଇ ସେଠାକାର ନାଗରିକ ଚିନ୍ତାରେ ପଡିଯାଇଛନ୍ତି । ବାସ୍ତବରେ ଶାହାବାଜ ସରିଫଙ୍କ ସରକାର ବିଦୁ୍ୟତ୍ ଉପଭୋକ୍ତାଙ୍କୁ ଝଟକା ଦେଇଛନ୍ତି । ପାକିସ୍ତାନ ସରକାର ବିଦୁ୍ୟତ୍ ଶୁଳ୍କ ବୃଦ୍ଧିକୁ ଅନୁମୋଦନ କରିଛନ୍ତି । ପାକିସ୍ତାନର ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ୟୁନିଟ୍ ସରଚାର୍ଜ ପ୍ରତି ୧ ଟଙ୍କା ବର୍ଦ୍ଧିତ ଦର ଲାଗୁ କରାଯାଇଛି । ଆଇଏମ୍ଏଫ୍ ଟିମ୍ ଚାଲିଯିବା ପରେ ଶୁକ୍ରବାର (ଫେବୃଆରୀ ୧୦) ରେ ପାକିସ୍ତାନର ଅର୍ଥମନ୍ତ୍ରୀ ଇଶାକ୍ ଦାର୍ ଇସିସି(ଆର୍ଥôକ ସମନ୍ୱୟ ବୈଠକ)ରେ ଅଧ୍ୟକ୍ଷତା କରିଥିଲେ । ଆଉ ଏହାପରେ ବିଦୁ୍ୟତ୍ ଶୁଳ୍କ ବୃଦ୍ଧି ନେଇ ଘୋଷଣା କରିଥିଲେ । ସେହିପରି ପାକିସ୍ତାନର କୃଷକଙ୍କୁ ବିଦୁ୍ୟତ୍ ଶୁଳ୍କରେ ମିଳୁଥିବା ସବସିଡିକୁ ମଧ୍ୟ ଉଠାଇ ଦିଆଯାଇଛି । ଉଲ୍ଲେଖଥାଉକି, କିଛିଦିନ ତଳେ ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୩୫ ଟଙ୍କା ବୃଦ୍ଧି କରିଥିଲେ । ଏହା ସହିତ କିରୋସିନର ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଥିଲା । ୩୫ ଟଙ୍କା ମୂଲ୍ୟ ବୃଦ୍ଧି ପରେ ପାକିସ୍ତାନରେ ହାଇ ସ୍ପିଡ୍ ଡିଜେଲ ଲିଟର ପିଛା ୨୬୨ ଟଙ୍କା ୮୦ ପଇସାରେ ପହଞ୍ଚôଥିବା ବେଳେ ପେଟ୍ରୋଲ ଲିଟର ପିଛା ୨୪୯ ଟଙ୍କା ୮୦ ପଇସାରେ ପହଞ୍ଚିଥିଲା ।

Leave a Reply